Fri. Jul 3rd, 2026
250 Views

କ୍ୱାଲାଲୁମ୍ପୁର: ପବ୍‌ଜୀ ଖେଳି ପିଲାଏ ସମୟ ନଷ୍ଟ କରୁଥିବା ଅଭିଯୋଗ ହେଉଥିଲେ ହେଁ କିଛି ଜଣ ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି। ଯଦିଓ ଏହି ମୋବାଇଲ ଗେମ୍‌ ଆକ୍ରମଣାତ୍ମକ ବୋଲି କୁହାଯାଉଛି, ଏହା ଖୁବ୍‌ ଲୋକପ୍ରିୟ ହୋଇଛି। ଏହି ଲୋକପ୍ରିୟତା ଆଧାରରେ ମ୍ୟାଲେସିଆଠାରେ ଆୟୋଜିତ ଏକ ଟୁର୍ଣ୍ଣାମେଣ୍ଟରେ ଇଣ୍ଡୋନେସିଆର ଏକ ଟିମ୍‌ କୋଟିପତି ହେବାର ସୌଭାଗ୍ୟ ଲାଭ କରିଛି।

ଏଥିରେ ଶେଷ ପର୍ଯ୍ୟାୟରେ ୧୫ଟି ପ୍ରତିଯୋଗୀ ଦଳ ଥିଲେ। କିନ୍ତୁ ଇଣ୍ଡୋନେସିଆର ବିଗରଟନ୍‌ ଆର୍‌ଏ ସମସ୍ତଙ୍କୁ ପଛରେ ପକାଇ ୧,୮୦,୦୦୦ ଡଲାର ମୂଲ୍ୟର ପୁରସ୍କାର ହାତେଇ ନେଇଥିଲା। ଅନ୍ୟପକ୍ଷରେ ଚାଇନାର ଇସ୍ପୋର୍ଟସ୍‌ ଦ୍ୱିତୀୟ ପୁରସ୍କାର ଭାବେ ୯୦,୦୦୦ ଆମେରିକୀୟ ଡଲାର ଏବଂ ଥାଇଲ୍ୟାଣ୍ଡର ମେଗା ସ୍ପୋର୍ଟସ୍ ୪୫,୦୦୦ ଆମେରିକୀୟ ଡଲାର ପାଇଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟର ନାମ ପବ୍‌ଜୀ ମୋବାଇଲ କ୍ଲବ୍‌ ଓପନ୍‌ ରଖାଯାଇଛି। ଏଥିରେ ଶେଷ ୩ ଦିନର ଫାଇନାଲ ମ୍ୟାଚ୍‌ ପାଇଁ ଉତ୍ସର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନଇମ୍‌ ଡାନିଏଲ, ହେନରୀ ଲାଉ ଏବଂ ବାଦଶାହ ପ୍ରମୁଖ ଯୋଗ ଦେଇଥିଲେ।

By amfnews

Related Post