Sun. May 24th, 2026

ପତ୍ନୀଙ୍କୁ ହାଣିଲେ, ନିଜେ ଟ୍ରେନ୍‌ ଆଗକୁ ଡେଇଁଲେ

189 Views

ରାଉରକେଲା : ଘରୋଇ କଳହର ଭୟାବହ ପରିଣତି ଦେଖିବାକୁ ମିଳିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅଧୀନ ଡିଜେଲ କଲୋନୀରେ। ସାମାନ୍ୟ କଥାରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡ଼ା ଶେଷରେ ସାଂଘାତିକ ରୂପ ନେଇଛି।

ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ନିଜେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ଫିରୁ ବଡ଼ାଇକ । ଉଭୟ ଏବେ ରାଉରକେଲା ଆଇଜିଏଚ୍‌ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁଯାୟୀ, ମାଲବାହୀ ଟ୍ରେନ୍‌ ଡ୍ରାଇଭର ଫିରୁ ବଡ଼ାଇକ ରାଉରକେଲା ବନ୍ଧମୁଣ୍ଡା ଥାନା ଅଧୀନ ଡିଜେଲ କଲୋନୀରେ ପରିବାର ସହ ରୁହନ୍ତି। ତାଙ୍କ ପରିବାର କହିଲେ, ପତ୍ନୀ ସୁଚିତା ଓ ୨ ପୁଅ। ଫିରୁଙ୍କ ବଡ଼ ପୁଅ ମେଡିକାଲ ପଢ଼ୁଥିବା ବେଳେ ସାନ ପୁଅ ସ୍କୁଲରେ ପଢ଼ୁଛି।

ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ବୁଧବାର ଭୋରରୁ ଉଭୟଙ୍କ ମଧ୍ୟରେ କୌଣସି କଥାରୁ ଆରମ୍ଭ ହୋଇଗଲା ଝଗଡ଼ା। ଏହା କମିବା ପରିବର୍ତ୍ତେ କ୍ରମଶଃ ବଢ଼ିବାକୁ ଲାଗିଲା। ଏଥିରେ ଉତ୍ତ୍ୟକ୍ତ ଫିରୁ ହିତାହିତା ଜ୍ଞାନ ଭୁଲି ଏକ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ପରେ ଚୋଟ ମାରି ଚାଲିଲେ। ସୁଚିତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରିଥିଲେ।

ଏହାପରେ ନିଜ କୃତକର୍ମ ସମ୍ପର୍କରେ  ଜାଣିବା ପରେ ଫିରୁ ଦୌଡ଼ି ଯାଇ ଘରଠୁ କିଛି ଦୂରରେ ଥିବା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ତାଙ୍କର ଗୋଟିଏ ଗୋଡ଼ ଆଣ୍ଠୁ ତଳକୁ କଟିଯାଇଛି।

ଉଭୟ ସ୍ୱାମୀସ୍ତ୍ରୀ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି। ରେଳବାଇ ପୁଲିସ୍‌ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି।

By amfnews

Related Post