Fri. May 15th, 2026

ନୟାଗଡ଼ରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଗିରଫ

202 Views

ନୟାଗଡ଼ : ଚକୋଲେଟ୍ ‌େଦବା ବାହାନାରେ ନୟାଗଡ଼ ଇଟାମାଟି ଥାନା ଅଞ୍ଚଳରେ ଜନୈକା ପାଞ୍ଚ ବର୍ଷର ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ନାବାଳିକାର ପରିବାର ଇଟାମାଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ଚନ୍ଦନ ବେ‌‌ହେରା ଓରଫ୍ ଗୁଣ୍ଡୁରି ନାମକ ଜଣେ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଛି। ।

ପୀଡ଼ିତାର ବାପାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କୁନି ନିଜ ଘରଠାରୁ କିଛି ଦୂରରେ ଥିବା ସାଙ୍ଗ ଘରକୁ ଖେଳିବାକୁ ଯାଇଥାଏ। ସାଙ୍ଗ ଘର ନିକଟରେ ରହୁଥିବା ଗୁଣ୍ଡୁରି ଏହାର ସୁଯୋଗ ନେଇ କୁନିକୁ ଚକୋଲେଟ୍ ଆଦି ଦେବା ବାହାନାରେ ଡାକି ଦୁଷ୍କର୍ମ କରିଥାଏ। ଗତକାଲି ରାତିରେ ଏ ସମ୍ପର୍କରେ କୁନିର ମା କୌଣସି ସୂତ୍ରରୁ ଜାଣି ପାରି କୁନିକୁ ପଚାରିଥିଲେ। କୁନି ଗୁଣ୍ଡୁରିର ଆଚରଣ ସଂପର୍କରେ ଯାହା କହିଥିଲା ସେଥିରୁ ଝିଅକୁ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଯାଇଥିଲା। ରାତି ଅଧରେ ଗୁଣ୍ଡୁରି ଓ ତା ବାପା ଜଗବନ୍ଧୁଙ୍କୁ ଡାକି କୁନିର ପରିବାର ଲୋକ ପଚାରିଥିଲେ। କିନ୍ତୁ ଗୁଣ୍ଡୁରି ଘଟଣା ସମ୍ପର୍କରେ ମାନି ନଥିଲା। ଆଜି ସକାଳେ ଇଟାମାଟି ଥାନାରେ ଏତଲା ଦେବା ପରେ ପୁଲିସ ଗୁଣ୍ଡୁରିର ଘରେ ପହଞ୍ଚି ଗୁଣ୍ଡୁରିର ବାପା, ମା’ଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ଗୁଣ୍ଡୁରି ସ୍ଥାନୀୟ ବାରବାଟି ଗ୍ରାମରେ ଲୁଚିଥିବା ପୁଲିସ ଜାଣିବାପରେ ସେଠାରୁ ତାକୁ ଥାନାକୁ ଆଣିଥିଲା। ଇଟାମାଟି ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ଗୁଣ୍ଡୁରିକୁ ଗିରଫ କରିଛି।

By amfnews

Related Post