Sun. Aug 16th, 2026

କୁଖ୍ୟାତ ଅପରାଧୀ ଟୁବୁ ଗିରଫ

258 Views

ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାର ଅଞ୍ଚଳରେ ଗୁଣ୍ଡାରାଜ ଚଳାଇଥିବା କୁଖ୍ୟାତ ଅପରାଧୀ ପ୍ରଭାତ ସେଠୀ ଓରଫ ଟୁବୁ(୩୨)କୁ ଆଜି ସକାଳେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ନାମରେ ଚନ୍ଦ୍ରଶେଖରପୁର ଥାନାରେ ମୋଟ ୧୭ଟି ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌କୁ ଚକ୍‌ମା ଦେଇ ସେ ଫେରାର୍ ହୋଇ ବୁଲୁଥିଲା। ଗତ ୪ମାସ ପୂର୍ବେ ବଟି ମାଗି ନିରାଶ ହେବାରୁ ଜଣେ ମହିଳାଙ୍କୁ ମାଡ଼ ମାରି ତାଙ୍କ ଦୋକାନ ଓ ଘରକୁ ପୋଡ଼ିଦେଇଥିଲା। ଫଳରେ ମହିଳା ଓ ତାଙ୍କ ପରିବାର ଲୋକ ଅଳ୍ପ‌କେ ବର୍ତି ଯାଇଥିଲେ। ଟୁବୁ ‌ଗତକାଲି ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ଦାଦା ବଟି ମାଗି ମାଡ଼ ମାରିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ କେସ୍‌ ନଂ. ୨୧୫/୧୯ ରୁଜୁ କରି ଟୁବୁକୁ ମଙ୍ଗଳା ବସ୍ତିରୁ ଗିରଫ କରିଛି। ଟୁବୁ ନାମରେ ଏକାଧିକ ମାମଲା ରହିଥିବା ବେଳେ ସେ ଜଣେ ରାଜନ‌ୈତିକ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ଏପରି କାର୍ଯ୍ୟ କରୁଥିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଗତ ନିର୍ବାଚନ ବେଳେ ସେ ନିର୍ଦିଷ୍ଟ ଏକ ରାଜନୈତିକ ଦଳର ଲୋକଙ୍କୁ ମାଡ଼ ମାରି ନିର୍ବାଚନୀ ହିଂସା ଘଟାଇଥିଲା। ସେହିଭଳି ଫନି ପରେ ମଙ୍ଗଳା ବସ୍ତିରେ ବିଦ୍ୟୁତ୍ ସଂଯୋଗ ନେଇ କିଛି ବିଦ୍ୟୁତ୍ କାର୍ମଚରୀଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ରହିଛି।

By amfnews

Related Post