Fri. Jul 3rd, 2026

ନୈତିକ ଦାୟିତ୍ୱ ମନେକରି ସମସ୍ତଙ୍କ ସମ୍ମୁଖରେ କୋଭିଡ୍‌-୧୯ ଟିକା ନେବେ ଜାତିସଂଘ ମୁଖ୍ୟ

311 Views

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକା ଉପଲବ୍ଧ ହେଲେ ସମସ୍ତଙ୍କ ସମ୍ମୁଖରେ ଏହି ଟିକା ନେବେ ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଏହି ଟିକା ନେବା ସମଗ୍ର ମାନବ ସମ୍ପଦାୟ ପ୍ରତି ତାଙ୍କର ‘ନୈତିକ ଦାୟିତ୍ୱ’ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ବୁଧବାର ଦିନ ଗୁଟେରେସ୍‌ କହିଛନ୍ତି, ପରିସ୍ଥିତି ଯାହା ହେଉ ପଛକେ ମୋ ପାଇଁ ଟିକା ଆସିଲେ ମୁଁ ନିଶ୍ଚୟ ନେବି। ଏବଂ ସମସ୍ତଙ୍କ ଆଗରେହିଁ ଏହି ଟିକା ନେବି।
ତାଙ୍କୁ ଟିକା ମିଳିଲେ ସମସ୍ତଙ୍କ ସମ୍ମୁଖରେ ସେ ଏହି ଟିକା ନେବେ କି? ବୋଲି ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଗୁଟେରେସ୍‌ ଏ କଥା କହିଛନ୍ତି।

Image Courtesy of Business Today

ସେ କହିଲେ, ଯେଉଁମାନେ ଟିକା ପାଇ ପାରିବେ ସେମାନେ ନିଅନ୍ତୁ ବୋଲି ମୁଁ କହୁଛି। କାରଣ ନିଜେ ଟିକା ନେବା ମଧ୍ୟ ଏକ ସେବା। ପ୍ରତ୍ୟେକ ବ୍ୟକ୍ତି ଟିକା ନେବାଦ୍ୱାରା ସମଗ୍ର ମାନବ ସମ୍ପ୍ରଦାୟ ପ୍ରତି ସେବା ଯୋଗାଇ ହେବ। କାରଣ ଏହାଦ୍ୱାରା ଆଉ ରୋଗ ବିସ୍ତାର ହେବ ନାହିଁ। ରୋଗ ସଂକ୍ରମଣର ବିପଦ ମଧ୍ୟ ରହିବ ନାହିଁ। ତେଣୁ ମୋ ଦୃଷ୍ଟିରେ ଟିକାକରଣ ହେଉଛି ଏକ ନୈତିକ ଦାୟିତ୍ୱ।

ଚତୁର୍ଥ ‘ୟୁଏନ୍‌-ଏୟୁ’ ବାର୍ଷିକ ସମ୍ମିଳନୀ ପରେ ‘ଆଫ୍ରିକାନ୍‌ ୟୁନିୟନ୍‌ କମିସନ୍‌’ର ଅଧ୍ୟକ୍ଷ ମୌସା ଫାକି ମହମତ୍‌ଙ୍କ ସହ ଭର୍ଚ୍ୟୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

By amfnews

Related Post