Fri. May 17th, 2024

ଖୁବ୍ ଶୀଘ୍ର ଖୋଲିବ ଶ୍ରୀମନ୍ଦିର ! ମହାପ୍ରଭୁଙ୍କ ମିଳିବ ଦର୍ଶନ

By amfnews Dec 11, 2020 #Featured
194 Views

ଭୁବନେଶ୍ୱର, ଡିସେମ୍ବର 11 : ଶୀଘ୍ର ଖୋଲିବ ଶ୍ରୀମନ୍ଦିର  ! ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା କାଲି ହେବାକୁ ଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ । ଆଜି  ଏଭଳି କିଛି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ଖୋଲିବା ସହ ସାଧାରଣ ଭକ୍ତଙ୍କ ଲାଗି କିଭଳି ଦର୍ଶନ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଆଲୋଚନା ହେବ ।   ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏହି ସୂଚନା ଦେଇଛନ୍ତି ।

ସେହିଭଳି ଏହି ବୈଠକରେ ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ସହ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ୨୮ରେ ଦେବାଭିଷେକ ନେଇ ମଧ୍ୟ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯିବ । 

By amfnews

Related Post