Thu. Oct 8th, 2026

ନିୟନ୍ତ୍ରଣ ରେଖା ଆରପଟେ ଅସ୍ତ୍ରଖଚିତ ଡ୍ରୋନ୍‌ ମୁତୟନ କରୁଛି ପାକିସ୍ତାନ

260 Views

ନୂଆଦିଲ୍ଲୀ: ଗତ ମାସରେ ଭାରତୀୟ ବାୟୁସେନା ବାଲାକୋଟ୍‌ରେ ବିମାନ ଆକ୍ରମଣ କରିବା ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଆରପଟେ ଅସ୍ତ୍ରଖଚିତ ଡ୍ରୋନ୍‌ ସବୁ ମୁତୟନ କରିଛି ବୋଲି ବିଏସ୍‌ଏଫ୍‌ ରିପୋର୍ଟ କରିଛି। ଉରି, ପୁଞ୍ଚ୍‌, ରାଜୌରି, ନୌଶେରା ଏବଂ ସୁନ୍ଦରବନି ଆଦି ଅଞ୍ଚଳରେ ପାକିସ୍ତାନ ଡଜନାଧିକ ଅସ୍ତ୍ରଖଚିତ ଡ୍ରୋନ୍‌ ମୁତୟନ କରିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଏହି ଡ୍ରୋନ୍‌ଗୁଡ଼ିକରେ କ୍ଷେପଣାସ୍ତ୍ର ଏବଂ ଲେଜର୍‌-ଗାଇଡେଡ୍‌ ବୋମା ଆଦି ରଖାଯାଇ ପାରିବ ଯାହା ଭୂମି ଓ ଶୂନ୍ୟରେ ଲକ୍ଷଭେଦ କରି ପାରିବ।
ମିଳିଥିବା ସୂଚନା ଅନୁସାରେ, ଗତ ଅକ୍ଟୋବର ମାସରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସବୁଠୁ ବଡ଼ ସାମରିକ ରାଜିନାମାର ଅଂଶ ସ୍ୱରୂପ ପାକିସ୍ତାନ ଚୀନ୍‌ ଠାରୁ ଅନ୍ୟୂନ ୪୮ଟି ଉଇଙ୍ଗ୍‌ ଲୁଙ୍ଗ୍‌-ଟୁ ଖରିଦ କରିବାକୁ ଉଦ୍ୟମ କରୁଛି। ଉଇଙ୍ଗ୍‌ ଲୁଙ୍ଗ୍‌-ଟୁ ଡ୍ରୋନ୍‌ ପ୍ରଥମେ ଏୟାର୍‌ ସୋ ଚାଇନା ୨୦୧୬ରେ ଉନ୍ମୋଚିତ ହୋଇଥିଲା। ପ୍ରତିରକ୍ଷା ବିଶେଷଜ୍ଞମାନେ କହନ୍ତି, ଏହା ଯୁକ୍ତରାଷ୍ଟ୍ର ଆମେରିକାର ଏମ୍‌କ୍ୟୁ-୯ ଭଳି ଡ୍ରୋନ୍‌ ସହ ମୁକାବିଲା କରି ପାରିବ।

By amfnews

Related Post