Thu. Jun 11th, 2026

ତାମିଲନାଡୁର ଏ ଆଇ ଡିଏମ୍‌କେ ବିଧାୟକ ଆର୍‌.କନଗରାଜ୍‌ଙ୍କ ପରଲୋକ

183 Views

ଚେନ୍ନାଇ : ତାମିଲନାଡୁ ବିଧାନସଭାର ସଦସ୍ୟ ତଥା ଏ ଆଇ ଡିଏମ୍‌କେର ବରିଷ୍ଠ ନେତା ଆର୍‌ .କନଗରାଜ୍‌ଙ୍କର ହୃଦଘାତରେ ଆଜି ସକାଳେ ପରଲୋକ ହୋଇଛି। କନଗରାଜ୍‌ ତାମିଲନାଡୁର ସୁୁଲ୍ଲର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କୁହାଯାଇଛି। ଆଜି ସକାଳେ ତାଙ୍କର ପରଲୋକ ଖବର ପାଇ ବହୁ ଏ ଆଇ ଡିଏମ୍‌କେ ନେତା ଆର କନଗରାଜଙ୍କର ବାସଭବନରେ ପହଞ୍ଚିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବିଧାନସଭାରେ ମୋଟ୍‌ ୫ ଜଣ ବିଧାୟକଙ୍କର ମୃତ୍ୟୁ ଘଟିଛି। ଏବେ ତାମିଲନାଡୁ ବିଧାନସଭାରେ ଖାଲି ପଡିଥିବା ମୋଟ୍‌ ବିଧାୟକଙ୍କ ସଂଖ୍ୟା ୨୨କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଏ ଆଇ ଏଡିଏମ୍‌କର ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆର କନଗରାଜଙ୍କ ବିୟୋଗରେ ସୁଲ୍ଲର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତ୍ୟୁରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟ ଜଣେ ଦକ୍ଷ ବିଧାୟକଙ୍କୁ ହରାଇଲା ବୋଲି କହିଛନ୍ତି।

By amfnews

Related Post