Mon. Sep 28th, 2026

ନିର୍ବାଚନରେ ନକଲି ନୋଟ ବ୍ୟବହାର ନେଇ ଚାଲିଥିଲା ଯୋଜନା! ନକଲି ଟଙ୍କା ଛପା ଯନ୍ତ୍ର ସହ ଅଢ଼େଇ ଲକ୍ଷ ଟଙ୍କା ଜବତ

381 Views

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ଏକ ଭଡ଼ା ଘରୁ ସୋମବାର ପୁଲିସ ଏକ ନକଲି ଟଙ୍କା ଛପା ଯନ୍ତ୍ର ସହ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛି।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଅନ୍ତର୍ଗତ ଏକ ଭଡା ଘରେ ନକଲି ନୋଟ ଛପା କାରବାର ଚାଲିଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ପାରଳାଖେମୁଣ୍ଡି ପୁଲିସ ୧୦ଜଣିଆ ସଦସ୍ୟ ଥିବା ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଏହି ଭଡ଼ା ଘରେ ଆକସ୍ମିକ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଟଙ୍କା ତିଆରି ମେସିନ୍‌, ଫ୍ରିଣ୍ଟର, କଟିଂ ପେପର ଓ ବାଲଟି ସମେତ ଅଢ଼େଇ ଲକ୍ଷ ଟଙ୍କା ଜବତ ହେବା ସହ ୨ଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କରୁଣା କର ପରିଡା (୩୯) ଓ ସନ୍ତୋଷ ମାଝି (୪୦) । କରୁଣା ଦାମୋଦର ପରିଡାଙ୍କ ପୁଅ ଥିବା ବେଳେ ସନ୍ତୋଷ ଭଗବାନ ମାଝିଙ୍କ ପୁଅ ବୋଲି ଜଣାପଡ଼ିଛି।

ଆଗକୁ ଲୋକସଭା ନିର୍ବାଚନ। ଏହି ନିର୍ବାଚନ ପ୍ରଚାରରେ ଟଙ୍କା ବଣ୍ଟା ପାଇଁ ନକଲି ଟଙ୍କା ଛପା ଯାଉଥିବା ସନ୍ଦେହ କରାଯାଉଛି ବୋଲି ନିଜ ନାମ ପ୍ରକାଶ ନକରିବାକୁ କହି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

By amfnews

Related Post