Mon. Sep 28th, 2026

ଶ୍ରଦ୍ଧାଳୁଙ୍କ ପକେଟ୍‌ମାର କରି ବୃଦ୍ଧ ଗିରଫ

458 Views

ପୁରୀ : ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କଠାରୁ ପକେଟ୍‌ମାର କରିବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଜଣେ ବୃଦ୍ଧଙ୍କୁ ଗିରଫ କରିଛି। ପୁଲିସ ତାଙ୍କଠାରୁ ଶ୍ରଦ୍ଧାଳୁଙ୍କ ପର୍ସ ସହିତ ୫ ହଜାର ୫ ଶହ ଟଙ୍କା ଜବତ କରିଛି। ଆଜି ଭିତର କାଠ ନିକଟରେ ଆସାମର ତେଜପୁର ନିବାସୀ ବଲିନ ଗୋଗେଇଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏହି ସମୟରେ ଛତିଶଗଡ଼ର ଗଙ୍ଗା ଡଗଲ (୬୦) ବଲିନଙ୍କ ପକେଟରୁ ପର୍ସ ନେଇଯିବା ବେଳେ ସେଠାରେ ଥିବା ପୁଲିସ ହାତରେ ଧରାପଡ଼ିଥିଲେ। ତାଙ୍କୁ ସିଂହଦ୍ବାର ଥାନା ଜିମା ଦିଆଯିବା ପରେ ବଲିନ ଏ ନେଇ ଲିଖିତ ଅଭିଯୋଗ କରିଥିଲେ।

By amfnews

Related Post