Fri. Sep 11th, 2026

ଧୋଇଗଲା ପୋଲ, ଯାତାୟାତ ଠପ୍‌

263 Views

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଗତକାଲିଠାରୁ ପ୍ରବଳ ବର୍ଷା ହେବା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଈ ଫୁଲିବାରେ ଲାଗିଛି। ଫଳରେ କଲ୍ୟାଣସିଂହପୁରରୁ ପାଞ୍ଚଟି ପଞ୍ଚାୟତକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ଉପରେ ୫ ଫୁଟ୍‌ର ପାଣି ବହିବାରୁ ଏହା ଧୋଇ ହୋଇ ଯାଇଛି।rayagada

ପୋଲ ଧୋଇ ହୋଇ ଯିବାରୁ  ଲୋକଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ସୂଚନାଯୋଗ୍ୟ, ୨୦୧୭ ମସିହା ଜୁଲାଇ ମାସରେ ହୋଇଥିବା ବନ୍ୟାରେ ଏଠାରେ  ଥିବା ସ୍ଥାୟୀ ପୋଲ ଭାଙ୍ଗି ଯାଇଥିଲା। ତେଣୁ ହୋମ୍ ପାଇପ୍ ସାହାଯ୍ୟରେ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା। ହେଲେ ଏବେ ଏହା ବର୍ଷାରେ ଧୋଇ ଯାଇଛି।rain

ଏନେଇ ସ୍ଥାନୀୟ ବାସିନ୍ଦା ଦୋରା ମହାନନ୍ଦିଆ କହିଛନ୍ତି,“ ଏଠାରେ ଥିବା ବ୍ରିଜ୍‌ ୨୦୧୭ ମସିହାରେ ଭାଙ୍ଗି ଯିବାରୁ ମାଟିରେ ଏକ ବ୍ରିଜ୍‌ ତିଆରି କରାଯାଇଥିଲା। ହେଲେ ବର୍ଷାରେ ଏହି ବିଜ୍‌ ମଧ୍ୟ ଧୋଇ ହୋଇଗଲା। ଫଳରେ ଏବେ ଲୋକେ ଓ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ।”

By amfnews

Related Post