Thu. Jul 23rd, 2026

ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌: ଲୁଟେରା ଗିରଫ, ଟଙ୍କା ଓ ମୋବାଇଲ୍‌ ଜବତ

223 Views

ଭୁବନେଶ୍ବର, ଜାନୁୟାରୀ ୦୭  : ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌ପାଟ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ‌ ହେଲା ଫାଳିକିଆ ବସ୍ତିର ସୀମାଞ୍ଚଳ କୁଞ୍ଚ(୨୬)। ପୁଲିସ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଅଭୟ ସାହୁ ନାମକ ଜଣେ ଦୋକାନୀ ବାପୁଜୀନଗରରୁ ପୁରୁଣା ଭୁବନେଶ୍ବରସ୍ଥିତ ଘରକୁ ଫେରୁଥିଲେ।

ସେ ରାଜମହଲ ଛକ ନିକଟରେ ଯାଉଥିବା ସମୟରେ ସୀମାଞ୍ଚଳ ଓ ତାର ଦୁଇ ସହଯୋଗୀ ତାଙ୍କୁ ଅଟକାଇଥିଲା। ଅଭୟ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ମାଡ଼ ମାରି ୧୨ଶହ ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏ ସଂପର୍କରେ ଅଭୟ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ସୀମାଞ୍ଚଳକୁ ଗିରଫ କରିବା ସହ ତା’ଠାରୁ ୧୨ଶହ ଟଙ୍କା ଓ ମୋବାଇଲ୍‌ ଜବତ କରିଛି। ତା’ର ଦୁଇ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

By amfnews

Related Post