Sat. May 23rd, 2026
188 Views

କୋରେଇ, ଜାନୁଆରୀ ୧୭ : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତ ରଣେଶ୍ବରପୁର ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣା ମୁତାବକ ଗତକାଲି ବିଳମ୍ବିତ ରାତିରେ ସାଦକପୁର ପଞ୍ଚାୟତ ମହୁରିଆ ସାହିର ଅନନ୍ତ ଜେନାଙ୍କ ପୁଅ ଆଲୋକ(୧୯), ଫାଜଲପୁର ଗ୍ରାମର କୁନା ନାୟକଙ୍କ ପୁଅ ଉପେନ୍ଦ୍ର ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ କୌଣସି କାମରେ ବାହାରକୁ ଯାଉଥିଲେ। ଏହି ତିନି ଜଣ ଏବଂ ଡ୍ରାଇଭର କାର (ଓଡ଼ି ୩୪ ଏ ୫୧୫୧)ରେ ଦ୍ରୁତଗତିରେ ଯାଉଥିବା ବେଳେ ଏକ ବୁଲାଣି ନିକଟରେ ରାସ୍ତା କଡ଼ରେ ଥିବା ବରଗଛରେ ଖୁବ୍‌ଜୋରରେ ପିଟି ହୋଇଯାଇଥିଲା। ଏତେ ଜୋରରେ ପିଟି ହୋଇଥିଲା ଯେ ଗାଡ଼ିର ଇଂଜିନ ଭିତରକୁ ପଶି ଯିବା ସହିତ ଗାଡ଼ିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ୨ ଭାଇ ପ୍ରାଣ ହରାଇଥିଲେ।

By amfnews

Related Post