Sat. Sep 5th, 2026

୨୮ରୁ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ

178 Views

ଭୁବନେଶ୍ବର, ଜାନୁଆରୀ ୧୭ : ଚଳିତ ମାସ ୨୮ ତାରିଖରୁ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଏକ ବିଶାଳ ସମାବେଶ ରାଜଧାନୀରେ ଅନୁଷ୍ଠିତ ହେବ। ୧୯୯୪ ଅନୁଦାନ ନିର୍ଦେଶନାମା ଅନୁଯାୟୀ ସମସ୍ତ ବିଦ୍ୟାଳୟକୁ ଅନୁଦାନ, ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶିକ୍ଷକ ଓ କର୍ମଚାରୀଙ୍କୁ ସମାନ ସୁବିଧା ପ୍ରଦାନ, ୧୯୭୪ ମସିହା ସେବା ସର୍ତାବଳୀ ନିୟମ ଅନୁଦାନ ପ୍ରାପ୍ତ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ପ୍ରୟୋଗ, ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭଳି ସମାନ ସୁବିଧା ସୁଯୋଗ ପ୍ରଦାନ ଆଦି ଦାବି ନେଇ ଏହି ସମାବେଶର ଆୟୋଜନ ହେଉଛି ବୋଲି ସଂଘ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସମ୍ମିଳନୀରେ ସଭାପତି ଗଙ୍ଗାନାରାୟଣ ଦାଶ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post