Fri. Jul 3rd, 2026

ଦୀପାବଳି ଛୁଟି ନ ମିଳିବାରୁ ଛାତ୍ରୀନିବାସ ଛାତରୁ ଡେଇଁ ୯ମ ଶ୍ରେଣୀ ଛାତ୍ରୀଙ୍କ ଗୋଡ଼ ଭାଙ୍ଗିଲା

385 Views

ଗଞ୍ଜାମ: ଦୀପାବଳି ଛୁଟି ଆବେଦନ ମଞ୍ଜୁର ନ ହେବାରୁ ଶୁକ୍ରବାର ରାତି ପ୍ରାୟ ୨ଟାରେ ପଦ୍ମନାଭପୁର ସରସ୍ୱତୀ ଶିଶୁ ମନ୍ଦିରର ଶ୍ରୀଧାମ ଆବାସିକ ଛାତରୁ ତଳକୁ ଡେଇଁ ଜଣେ ଛାତ୍ରୀ ସାଂଘାତିକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ସାହି ବାସିନ୍ଦା ପୁଲିସକୁ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି।

ଆହତ ଛାତ୍ରୀଙ୍କ ନାମ ଅଞ୍ଜଳି ପ୍ରଧାନ ଓ ସେ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ତଳେ ପଡ଼ିଯିବା ପରେ ଅଞ୍ଚଳି ଘୁଷୁରି ଘୁଷୁରି ଆସି କାନ୍ଦି କାନ୍ଦି ସାହିବାସିନ୍ଦାଙ୍କୁ ନିଜର ଦୁଃଖ ଜଣାଇଥିଲା। ସେ କହିବା କଥା ଯେ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ତାଙ୍କୁ ଘରକୁ ଛାଡୁ ନାହାନ୍ତି କି, ମାଆଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦେଉନାହାନ୍ତି। ଛାତରୁ ଡେଇଁବା ଯୋଗୁଁ ତାଙ୍କର ଗୋଟାଏ ଗୋଡ଼ ଭାଙ୍ଗି ଯାଇଥିବା କୁହାଯାଉଛି।

ପୁଲିସର ବିନା ଅନୁମତିରେ ଶିବାନନ୍ଦ ଦାସ ନାମକ ଜଣେ ବ୍ୟକ୍ତି ଛାତ୍ରୀଟିକୁ ସାହିବାସିନ୍ଦାଙ୍କ ଠାରୁ ବଳପୂର୍ବକ ଛଡ଼ାଇ ନେଇ ମଟରସାଇକେଲ୍‌ରେ ବସାଇ ନେଇଯାଇଛନ୍ତି। ଘଟଣାର ତଦନ୍ତ ଲାଗି ସାହି ଲୋକେ ପୁଲିସକୁ ନିବେଦନ କରିଛନ୍ତି।

By amfnews

Related Post