Sun. Apr 26th, 2026

ଗୋଆ ରାଜ୍ୟପାଳ ହେଲେ ସତ୍ୟପାଲ ମଲ୍ଲିକ୍‌, ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦାୟିତ୍ବ

326 Views

 

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ସତ୍ୟ ପାଲ ମଲ୍ଲିକ୍‌ଙ୍କର ଗୋଆକୁ ବଦଳି କରାଯାଇଥିବା ଜଣାପଡ଼ିଛି । ଏବେ ସେ ଗୋଆର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ । ତାଙ୍କର ବଦଳି ପରେ ଏବେ ପୂର୍ବତନ ଓଡ଼ିଆ ଆଇଏଏସ୍‌ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣରର ଭାବେ ନିଯୁକ୍ତି ମିଳିଛି। ସେହିପରି  ରାଧା କ୍ରିଷ୍ଣ ମାଥୁର  ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣରର ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଜମ୍ମୁ-କଶ୍ମୀର ପୂର୍ବରୁ ସତ୍ୟପାଲ ମଲ୍ଲିକ୍‌ ବିହାର ଓ ୨୦୧୮ରେ କିଛି ମାସ ପାଇଁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ ବର୍ତ୍ତମାନ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗର ସଚିବ ଅଛନ୍ତି।  ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଏହି  ଆଇଏଏସ୍  ଅଧିକାରୀଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ମୋଦୀ ସରକାରରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ସେ ତୃତୀୟ ଓଡ଼ିଆ।

By amfnews

Related Post