Sat. Apr 25th, 2026

ଦିଲ୍ଲୀ ବିଧାନସଭା ନିର୍ବାଚନ: ପୂର୍ବାହ୍ନ ୧୦ଟା ସୁଦ୍ଧା ୫% ଭୋଟ୍‌

183 Views

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ୭୦ ବିଧାନସଭା ଆସନ ନିମନ୍ତେ ଚାଲିଥିବା ଭୋଟ୍‌ ଗ୍ରହଣରେ ଶନିବାର ପୂର୍ବାହ୍ନ ୧୦ଟା ସୁଦ୍ଧା ୫. ୫୧% ମତଦାନ ହୋଇଥିବା କଥା ଭାରତୀୟ ନିର୍ବାଚନ କମିସନ୍‌ ଅଧିକାରୀମାନେ କହିଛନ୍ତି। ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ୭୦ ଆସନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯିବ।

ଏଥିରେ ୧୪. ୭ ନିୟୁତରୁ ଅଧିକ ଭୋଟର୍‌ ୬୭୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରମାନଙ୍କ ମଧ୍ୟରୁ ୮୧, ୦୫, ୨୩୬ ହେଉଛନ୍ତି ପୁରୁଷ, ୬୬, ୮୦, ୨୭୭ ହେଉଛନ୍ତି ମହିଳା ଏବଂ ୮୬୯ ହେଉଛନ୍ତି ତୃତୀୟ ଲିଙ୍ଗ ବର୍ଗର।

ଆଜି ସକାଳେ ଭୋଟ୍‌ ଦେଇଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ଅନିଜ ବୈଜଲ୍‌। ସେ ସପରିବାର ଆସି ଭୋଟ୍‌ ଦାନ କରିଥିଲେ। ଦିଲ୍ଲୀର ମାଟିଆଲା ବିଧାନସଭା ଆସନ ପାଇଁ ପିଜେପି ସାଂସଦ ପରବେଶ ବର୍ମା ତାଙ୍କର ଭୋଟ୍‌ ଦେଇଛନ୍ତି। ଭୋଟ୍‌ ଦେଇ ଆସିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌. ଜୟଶଙ୍କର କହିଛନ୍ତି ଭୋଟ୍‌ ଦେବା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ।

By amfnews

Related Post