Wed. Sep 30th, 2026

ଦିଲ୍ଲୀରେ ବିଜେପିର ଗଣିତକୁ ବିଗାଡ଼ିପାରେ ଜେଡିୟୁ !

249 Views

ପାଟନା : ବିହାର ମୁଖ୍ୟମନ୍ତ୍ରୀ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ଏନ୍ଡିଏରେ ଥିଲେ ବି ବେଳେବେଳ ଏନଡିଏକୁ ଅଡ଼ୁଆରେ ପକାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ସେ ଦିଲ୍ଲୀରେ ବିଜେପିର ଗଣିତକୁ ଗୋଳମାଳ କରିପାରନ୍ତି। କାରଣ ଆଗାମୀ ବିଧାନସଭା ନିର୍ବାଚନରେ ଜେଡିୟୁ ବିଜେପି ବିରୁଦ୍ଧରେ ପ୍ରାର୍ଥୀ ଦେବ।

ଜେଡିୟୁର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ଦୟାନନ୍ଦ ରାୟ କହିଛନ୍ତି ଦଳ ଏଥର ବିଧାନସଭା ନିର୍ବାଚନରେ ୧୫ରୁ ୨୦ଟି ଆସନରେ ପ୍ରାର୍ଥୀ ଦେବ। ଏଥିନେଇ ପ୍ରସ୍ତୁତି ସରିଛି ,କେବଳ ଔପଚାରିକ ଘୋଷଣା ବାକି ଅଛି ବୋଲି ସେ କହିଛନ୍ତି। ଯଦି ଏଭଳି ହୁଏ ତେବେ ଏହା ବିଜେପି ଲାଗି ଅଡ଼ୁଆ ସ୍ଥିତି ତିଆରି କରିପାରେ।

ଏଠାରେ ସୂଚନାଯୋଗ୍ୟ ଯେ ନୀତିଶ କୁମାର କିଛି ଦିନତଳେ କହିଥିଲେ ଯେ ଏନଡିଏ ସହ ଜେଡିୟୁ ର କେବଳ ବିହାରରେ ମେଣ୍ଟ ରହିଛି। ଅନ୍ୟ ରାଜ୍ୟରେ ଏକା ଲଢ଼ିବ। ଦଳ ଆଗାମୀ ଦିନରେ କେବଳ ଦିଲ୍ଲୀ ନୁହେଁ ବରଂ ହରିଆଣା ଏବଂ ଜମ୍ମୁ-କାଶ୍ମୀରରେ ବି ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ।

By amfnews

Related Post