Tue. Sep 29th, 2026

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ବିଭିନ୍ନ ନୀତି ସଂପନ୍ନ, ଏବେ ପୁଷ୍ପାଳକ, ସିଂହାରୀ ସେବକମାନେ ଠାକୁରଙ୍କର ବେଶ କରୁଛନ୍ତି

317 Views

ପୁରୀ : ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତି। ଏହି ଉପଲକ୍ଷେ ଆଜି ଭୋର ୪ଟାରେ ତୋରଲାଗି ପୁଷ୍ପାଞ୍ଜଳି ନୀତି ହୋଇଥିଲା। ଏହାପରେ ସକାଳ ୫ଟା ୧୦ ମିନିଟରେ  ପହଣ୍ଡି ଆରମ୍ଭ ହୋଇ ସାଢ଼େ ୬ଟା ଶେଷ ହୋଇଥିଲା। ତାପରେ ମଙ୍ଗଳ ଆଳତି, ମହଲିମ, ତଡ଼ପଲାଗି ଆଦି ନୀତି  ଶେଷ ହୋଇଥିଲା। ତାପରେ ଦିନ ୯ଟାରେ ଅବକାଶ ସରିଥିଲା। ଏବେ ପୁଷ୍ପାଳକ , ସିଂହାରୀ ସେବକମାନେ ଠାକୁରଙ୍କର ବେଶ କରୁଛନ୍ତି।

ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ଣ ୪ରୁ ୫ଟା ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ। ରାତି ସାଢ଼େ ୭ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସାହାଣମେଲା ଦର୍ଶନ କରିପାରିବେ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଆଗରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ୩୦୦ ପୁଲିସ ଅଫିସର ଓ ୧୨୪ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ଦର୍ଶନ ବେଳେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

By amfnews

Related Post