Fri. Aug 14th, 2026

ଦିଲ୍ଲୀରୁ ବିସ୍ଫୋରକ ଜବତ, ଦୁଇ ସନ୍ଦିଗ୍ଧ ଗିରଫ

297 Views

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଜାତୀୟ ରାଜଧାନୀର ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଜବତ କରାଯିବା ସହ ବେଙ୍ଗାଲୁରୁରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ଆତଙ୍କବାଦୀକୁ ଗିରଫ କରାଯାଇଛି।

ରିପୋର୍ଟ ଅନୁସାରେ, ଗୁରୁବାର ବିଳମ୍ବିତ ରାତ୍ରୀରେ ଦିଲ୍ଲୀ ପୁଲିସ ଦୁଇଟି ପୃଥକ୍‌ ଅଭିଯାନରେ ଦୁଇ ଜଣ ବୁଲା ଅସ୍ତ୍ରବିକାଳିଙ୍କ ଠାରୁ କାର୍ବାଇନ୍‌ ଏବଂ କ୍ୟାଟ୍ରିଜ୍‌ ସମତେ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଉଦ୍ଧାର କରିଛି।

ପଶ୍ଚିମବଙ୍ଗ ମାଲ୍‌ଦାର ବାସିନ୍ଦା ମହମ୍ମଦ ଅଜିମୁଦ୍ଦିନ୍‌ ଶେଖ୍‌ ଓରଫ ଅଜିମ୍‌ ଏବଂ ଉତ୍ତର ପ୍ରଦେଶର ଶାମଲି ବାସିନ୍ଦା ସୋୟାମ୍‌ ଓରଫ୍‌ ଆସ୍‌ ମହମ୍ମଦ। ଦୁହେଁ ଗତ ଚାରି ପାଞ୍ଚ ବର୍ଷ ହେବ ଦିଲ୍ଲୀର ଅପରାଧୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିଲେ।

ଆଜିମ୍‌ ଓ ଅକିଲ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ନେଇ ଦିଲ୍ଲୀର ହାଜି କୟୁମ୍‌ ପାଖକୁ ଆସିଥିଲା। ତ’ ଟ୍ରଲି ବ୍ୟାଗ୍‌ରୁ ଦୁଇଟି ଅଟୋମେଟିକ୍‌ କାର୍ବାଇନ୍‌, ୩୮ଟି ପିସ୍ତଲ ଏବଂ ୫୦ଟି ଗୁଳି ଉଦ୍ଧାର କରାଯାଇଛି।

ଜିଟି କର୍ଣ୍ଣଲ୍‌ ରୋଡ୍‌ ନିକଟ ସିଙ୍ଘୋଲା ଗାଁ ପାଖରେ ଥିବା ସିଏନ୍‌ଜି ଠାରେ ସୋୟାମ୍‌କୁ ଗିରଫ କରାଯାଇଥିଲା। ତା’ ବ୍ୟାଗ୍‌ରୁ ୩୨ଟି ପିସ୍ତଲ୍‌ ଓ ୧୯ଟି ମାଗାଜିନ୍‌ ଉଦ୍ଧାର କରାଯାଇଛି।

By amfnews

Related Post