Wed. Jun 10th, 2026

ଦାରିଦ୍ର୍ୟ: ସାପକାମୁଡ଼ାରେ ମରିଥିବା ନାବାଳକର ମୃତଦେହ ୫ କିଲୋମିଟର କାନ୍ଧେଇ ଡାକ୍ତରଖାନାରେ ପହଞ୍ଚିିଲେ ସମ୍ପର୍କୀୟ

241 Views

କାମାକ୍ଷାନଗର: ଖାଇପିଇ ପୁଅ ଘରେ ଶୋଇଥିବାବେଳେ ତାଙ୍କୁ ସର୍ପାଘାତ ହେଲା। ଛାନିଆ ହୋଇ ପରିବାର ଲୋକେ ପୁଅକୁ ଧରି ଡାକ୍ତରଖାନା ଦୌଡ଼ିଲେ ।ମାତ୍ର ଡାକ୍ତରଖାନାରେ ପହଞ୍ଚିବା ବେଳକୁ ପୁଅ ମୃତ୍ୟୁବରଣ କରି ସାରିଥିଲା। ଡାକ୍ତରାଖାନାର କେତେକ କର୍ମଚାରୀ ପୁଅକୁ ଘରକୁ ନେଇ ଯିବାକୁ କହିଲେ। କାନ୍ଦି କାନ୍ଦି ପରିବାର ପୁଆ ମୃତଦେହ ଧରି ଘରକୁ ଫେରିଲେ। ଆଜି ସକାଳୁ ଆବଶ୍ୟକ ପଡ଼ିଲା ମୃତଦେହର ବ୍ୟବଛେଦ ପାଇଁ। ମାତ୍ର ପୁଅର ମୃତଦେହକୁ ବ୍ୟବଛେଦ ପାଇଁ ଡାକ୍ତରଖାନା ନେବାକୁ ପାଖରେ ଟଙ୍କା ନ ଥିଲା।

ଶେଷରେ ସମ୍ପର୍କୀୟମାନେ ମୃତଦେହକୁ କାନ୍ଧରେ ଧରି ଡାକ୍ତରଖାନାକୁ ଆଣିଛନ୍ତି। ଶବ କାନ୍ଧରେ ଶ୍ମଶାନକୁ ଯାଇଥାଏ। ମାତ୍ର ଦାରିଦ୍ର୍ୟ ଯୋଗୁଁ ଶ୍ମଶାନକୁ ନେବା ବଦଳରେ ମୃତକଙ୍କ ସମ୍ପର୍କୀୟମାନେ ମୃତଦେହକୁ କାନ୍ଧେଇ ଡାକ୍ତରଖାନା ଯିବା ଘଟଣା ଏବେ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କାମାକ୍ଷାନଗର ଏକତାଳି ଗାଁର ସୁମନ୍ତ ମୁଣ୍ଡା (୯ ବର୍ଷ) ଙ୍କ ସର୍ପାଘାତରେ ମୃତ୍ୟୁ ଘଟିଥିଲା। ସର୍ପାଘାତ ପରେ ପରେ ପରିବାର ଲୋକେ ସୁମନ୍ତଙ୍କୁ ଡାକ୍ତରଖାନା ଆଣିଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ରାତିରେ ପରିବାର ଲୋକେ ମୃତଦେହକୁ ଘରକୁ ନେଇଯାଇଥିିଲେ।

ଆଜି ସକାଳେଏହା ଜାଣିବା ପରେ ସରପଞ୍ଚ ଓ ଆଶାକର୍ମୀ ଏକତାଳି ଗଁରେ ପହଞ୍ଚିି ସୁମନ୍ତଙ୍କ ମୃତଦେହକୁ ବ୍ୟବଛେଦ କରିବା ପାଇଁ ପରିବାର ଲୋକଙ୍କୁ ବୁଝାଇଥିଲେ। ତେବେ ପାଖରେ ଗାଡ଼ିଭଡ଼ା କରି ସୁମନ୍ତଙ୍କ ମୃତଦେହକୁ ଡାକ୍ତରଖାନା ନେବା ପାଇଁ ଟଙ୍କା ନ ଥିବାରୁ ଗାଁର ସମ୍ପର୍କୀୟମାନେ ସୁମନ୍ତଙ୍କ ମୃତଦେହକୁ କାନ୍ଧେଇ ୫ କିଲୋମିଟର ଚାଲିଚାଲି ଡାକ୍ତରଖାନାରେ ପହଞ୍ଚିଛନ୍ତି।

By amfnews

Related Post