Sat. Oct 17th, 2026

ଦଳାଚକଟାରେ ହାତୀ ଛୁଆର ମୃତ୍ୟୁ

216 Views

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଫରେଷ୍ଟ ରେଞ୍ଜର ନଦୀ ଟୋଲା ନିକଟ ରାଣୀବଗିଚା ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଛି। ହାତୀ ଛୁଆଟି ପାଣି ପିଇବାକୁ ଏକ ପୋଖରୀ ଭିତରେ ପଶିଥିବା ବେଳେ ପଙ୍କରେ ଫସି ତା’ର ମୃତ୍ୟୁ ହୋଇଥିବା ପ୍ରଥମେ ସନ୍ଦେହ କରାଯାଉଥିଲା। ତେବେ ହାତୀ ପଲରେ ଦଳାଚକଟା ହୋଇ ହାତୀ ଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ କହିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଚଳାଇଛି।

By amfnews

Related Post