Sat. Jul 4th, 2026

ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ, ପୁଲିସ୍ କଲା ଚଢ଼ଉ

206 Views

ବାସୁଦେବପୁର  : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବେତଡା ବଜାରସ୍ଥିତ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ପୁଲିସ୍‌ ଚଢ଼ଉ କରିଛି। ଏହି ଘଟଣାରେ ପୁଲିସ୍‌ ଜଣେ ଯୁବତୀ ଓ ଦୁଇ ଯୁବକଙ୍କୁ ଅଟକ ରଖିଛି। ଅନ୍ୟ ଜଣେ ଯୁବତୀ ଓ ଦୁଇଜଣ ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଦୀର୍ଘଦିନ ହେବ ବେତଡା ବଜାରରେ ଥିବା ଏକ ଭଡ଼ା ଘରେ ଦେହ ବ୍ୟବସାୟ ଚାଲୁଥିବା ପୁଲିସ୍ ଖବର ପାଇ ଗତକାଲି ଏହି ଘରେ ଚଢ଼ଉ କରିଥିଲା। ତେବେ ଘଟଣା ସମ୍ପର୍କରେ ପୁଲିସ୍‌ର କୌଣସି ପ୍ରତିକ୍ରିୟା ମିଳିନାହିଁ।

ସ୍ଥାନୀୟ ବାସିନ୍ଦା ଅମରେଶ ଲେଙ୍କା କହିଛନ୍ତି,“ ଦୀର୍ଘ ଦିନ ହେବ ଏଠାରେ ଦେହ ବ୍ୟବସାୟ ଚାଲିଛି। ଏନେଇ ପୁଲିସ୍‌କୁ ଆମେ ବହୁଥର ଅବଗତ କରିଛୁ। ଆଜି ପୁଲିସ୍‌ ଚଢ଼ଉ କରି ତିନି ଜଣଙ୍କୁ ଅଟକ ରଖିଛି ଓ ଅନ୍ୟମାନେ ପୁଲିସ୍‌ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।”

By amfnews

Related Post