Sat. Jul 4th, 2026

ତିନିଜଣଙ୍କ ସହ ଉତ୍ତରକାଶୀକୁ ରିଲିଫ୍‌ ନେଇ ଯାଉଥିବା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

170 Views

ନୂଆଦିଲ୍ଲୀ  : ଉତ୍ତରକାଶୀର ପ୍ରବଳ ବର୍ଷା ଏବଂ ବନ୍ୟା ଦୁର୍ଗତଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ନେଇ ଯାଉଥିବା ଗୋଟାଏ ଘରୋଇ ହେଲିକପ୍ଟର୍‌ ଉପରେ ଟଣାହୋଇଥିବା ବିଜୁଳି ତାରରେ ଛନ୍ଦି ହୋଇଯିବାରୁ ବୁଧବାର ମଧ୍ୟାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟର୍‌ଟି ହେରିଟେଜ୍‌ ଏଭିଏସନ୍‌ ନାମକ କମ୍ପାନିର ବୋଲି ଜଣାପଡ଼ିଛି। ହେଲିକପ୍ଟର୍‌ଟି ମୋରି ଗ୍ରାମରୁ ଉତ୍ତରକାଶୀରର ଆରାକୋଟ ଉପତ୍ୟକାରେ ଥିବା ମୋଲ୍‌ଦି ଜିଲ୍ଲାକୁ ଯାଉଥିଲା। ସେଥିରେ ତିନି ଜଣ ଲୋକ ଥିଲେ ବୋଲି ଖବର ମିଳିଛି।

ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କହିବା ଅନୁସାରେ, ହେଲିକପ୍ଟର୍‌ଟି ଉତ୍ତରକାଶୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବନ୍ୟା ପୀଡ଼ିତଙ୍କ ପାଇଁ ଏହା ରିଲିଫ୍‌ ସାମଗ୍ରୀ ନେଇ ଯାଉଥିଲା।ହେଲିକପ୍ଟର୍‌ରେ ଯାଉଥିବା ଲୋକମାନେ ସୁରକ୍ଷିତ ଅଛନ୍ତି କି, ନାହିଁ ଜଣାପଡ଼ି ନାହିଁ। ସେମାନେ ହେଲେ ପାଇଲଟ୍‌ ରାଜପାଲ, ସହ-ପାଇଲଟ୍‌ କପ୍ତାଲ ଲାଲ୍‌ ଏବଂ ରମେଶ ସାଓ୍ଵର ନାମକ ଜଣେ ସ୍ଥାନୀୟ ଲୋକ। ହେଲିକପ୍ଟର୍‌ଟି ମୋରି ଗ୍ରାମରୁ ଉତ୍ତରକାଶୀରର ଆରାକୋଟ ଉପତ୍ୟକାରେ ଥିବା ମୋଲ୍‌ଦି ଜିଲ୍ଲାକୁ ଯାଉଥିଲା।

By amfnews

Related Post