Fri. May 22nd, 2026

୨୨ରେ ସୋନିଆ ଡାକିଲେ କଂଗ୍ରେସ ନେତାଙ୍କ ବୈଠକ

152 Views

ଭୁବନେଶ୍ବର  : ଆସନ୍ତା ୨୨ ତାରିଖରେ ଜାତୀୟ ସ୍ତରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ନୂଆ ଦିଲ୍ଲୀରେ ଏକାଠି ହେବେ ଏଆଇସିସି, ରାଜ୍ୟ ପିସିସି ଓ ଡିସିସିର ନେତା। ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ସମସ୍ତ ବିଧାୟକ, ଡିସିସି ସଭାପତିଙ୍କ ସମେତ ପ୍ରାୟ ୨୫୦ ଜଣ କଂଗ୍ରେସ ନେତା ଯୋଗଦେବେ। ଏଆଇସିସିର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି।

ପ୍ରକାଶଥାଉକି, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ତାଙ୍କ ଆଡ଼ୁ ଇସ୍ତଫା ପ୍ରଦାନ କରିଥିଲେ। ତାଙ୍କ ଇସ୍ତଫା ଏ ଯାଏଁ ଗ୍ରହଣ ହୋଇନଥିବାବେଳେ ଏହି ବୈଠକରେ ପିସିସି ନେତୃତ୍ବ ପରିବର୍ତ୍ତନ ନେଇ ସୋନିଆ ଗାନ୍ଧୀ ରାଜ୍ୟ ନେତୃବୃନ୍ଦଙ୍କ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏଆଇସିସିର ପୂର୍ଣ୍ଣକାଳୀନ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେବାକୁ ସୋନିଆ ଗାନ୍ଧୀଙ୍କୁ ବୈଠକରେ ଅନୁରୋଧ କରାଯିବ। ଅତୀତରେ ସୋନିଆଙ୍କ ନେତୃତ୍ବରେ କଂଗ୍ରେସ ଏ ଦେଶକୁ ୧୦ ବର୍ଷ ଶାସନ କରିଥିଲା। ଏବେ କଂଗ୍ରେସର ଘଡ଼ିସନ୍ଧି ମୂହୁର୍ତ୍ତରେ ପୁଣି ଥରେ ରାଜ୍ୟ ଓ ଦେଶରେ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ଶ୍ରୀମତି ଗାନ୍ଧୀଙ୍କ ଆବଶ୍ୟକତା ରହିଥିବା ଶ୍ରୀ ରାଉତରାୟ ଦାବି କରିଛନ୍ତି।

By amfnews

Related Post