Sat. Apr 25th, 2026

ତାମିଲନାଡୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ ଗାଜା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ସହ ୨୦ ଜଣଙ୍କ ମୃତ୍ୟୁ

368 Views

ଚେନ୍ନାଇ: ତାମିଲନାଡୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ ଗାଜା ପ୍ରଭାବରେ  ବ୍ୟାପକ କ୍ଷୟକ୍ଷତି  ହେବା ସହ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ସେହିପରି ଟିଣ ଛପର ଓ ଦସ୍ତା ଘରର ଛପର ଉଡିଯାଇଛି। ଏନଡିଆରଏଫ୍‌ ଓ ଏସଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଗଛକୁ ହଟାଇବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଗାଜାର ପ୍ରଭାବରେ ତାମିଲନାଡୁର ଉପକୂଳ ଅଞ୍ଚଳରେ ପବନ ବହିବା ସହ ପ୍ରବଳ ବର୍ଷା ଲାଗି ରହିଛି ।

ଏହାର ପ୍ରଭାବରେ ତାମିଲନାଡୁରେ ବଡ ବଡ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁରେ ହାଇଆଲର୍ଟ ଜାରି କରାଯାଇଛି । ତାମିଲନାଡୁ ଓ ପୁଡୁଚେରୀରେ ସ୍କୁଲ, କଲେଜ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଉପକୂଳ ଅଞ୍ଚଳରୁ ପ୍ରାୟ ୬୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୩୦୦ରୁ ଊର୍ଧ୍ୱ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଥିବା ବେଳେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।  ତାମିଲନାଡୁର ନାଗାପଟ୍ଟନମ ଠାରେ ରାତି ପ୍ରାୟ ସାଢେ ଗୋଟାଏରେ ସ୍ଥଳ ଭାଗ ଛୁଇଁଥିଲା ଗାଜା ।

By amfnews

Related Post