Sat. Oct 3rd, 2026

ଲିପ୍ଟ ଭିତରକୁ ଡାକି ନେଇ କୁନିଝିଅକୁ ମାଡ଼ମାରି ମହିଳା ଛଡ଼ାଇ ନେଉଥିଲେ ସୁନା କାନଫୁଲ, ସିସିଟିଭି ପକାଇଦେଲା ଧରା

338 Views

ମୁମ୍ବାଇ: ମୁମ୍ବାଇସ୍ଥିତ ଟ୍ରମ୍ବେଠାରେ ଦେଖିବାକୁ ମିଳିଛି ଏକ ଲଜ୍ଜାକର ଘଟଣା। ଏକ ଆପର୍ଟମେଣ୍ଟ୍‌ ମଧ୍ୟରେ ଥିବା ଲିପ୍ଟ ଭିତରେ ଜଣେ ୪୨ ବର୍ଷୀୟା ମହିଳା ଏକ ନିରୀହ ଶିଶୁକୁ ନିର୍ଦୟ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ମହିଳାଙ୍କର ଏପରି ନିର୍ଦୟ କାରନାମା ଲିପ୍ଟ ଭିତରେ ଲାଗିଥିବା ସିସିଟିଭିରେ କଏଦ ହେବା ପରେ ଲୋକଲୋଚନକୁ ଆସିଛି। ସବୁଠାରୁ ଦୁଃଖର କଥା ହେଉଛି ଏପରି ଏକ ଲଜ୍ଜାକର ଘଟଣା ଘଟିଛି ନଭେମ୍ବର ୧୪, ଅର୍ଥାତ ଶିଶୁ ଦିବସରେ।

ଏହି ମାମଲାର ତଦନ୍ତ କରି ପୁଲିସ୍‌ ଅଭିଯୁକ୍ତା ମହିଳା ରିଜଓ୍ଵାନା ସୈଖଙ୍କୁ ଗିରଫ କରିଛି। ଶିଶୁଟି ପିନ୍ଧିଥିବା ସୁନା କାନଫୁଲ ଛଡ଼େଇ ନେବା ପାଇଁ ମହିଳା ଜଣକ ଉଦ୍ୟମ କରିଥିଲେ। ପିଲାଟି ନଦେବାରୁ ସେ ରାଗରେ ଆସି ପିଲାଟିକୁ ମାରିବାକୁ ଲାଗିଥିଲେ ବୋଲି ନିଜେ ମହିଳା ଏକଥା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି।

By amfnews

Related Post