Tue. Sep 1st, 2026

ଡଙ୍ଗା ଭସାଇବାକୁ ଯାଇ ବଂଶଧାରା ଓ ନାଗାବଳୀ ନଦୀରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ

201 Views

ରାୟଗଡା: ଆଜି ପବିତ୍ର କାତ୍ତିର୍କ ପୂର୍ଣ୍ଣିମା। ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର… ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ରାଜ୍ୟର ବିଭିନ୍ନ ଜଳାଶୟ ନିକଟରେ ଲାଗିଛି ଲୋକଙ୍କ ଭିଡ଼। ଶୀତୁଆ ପାହାନ୍ତି ସକାଳରେ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ନଦୀ, ନାଳ ସମେତ ପୁଷ୍କରିଣୀରେ ଡଙ୍ଗା ଭସାଇବାରେ ଲାଗିଥିବା ବେଳେ ରାୟଗଡ଼ା ଜିଲ୍ଲାରେ ବେଳେ ଘଟିଛି ଏକ ଅଘଟଣ। ବଂଶଧାରା ଓ ନାଗାବଳୀ ନଦୀରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଛି।

ଗୁମୁଡ଼ା ନିକଟରେ ବଂଶଧାରାରେ ବୁଡ଼ି ମରିଥିବା ଯୁବକଙ୍କ ନାମ ସନ୍ତୋଷ ଜେନା (୧୬)। ମୃତ ଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି। ସେହିପରି ନାଗାବଳୀ ନଦୀରେ ବୁଡି ୟୁଜିଏମଆଇଟିରେ ପଢୁଥିବା ସୁମନ ବେହେରା (୨୨)ଙ୍କ ମୃତ୍ୟୁ ହୋଇଛି। ୩ ସାଙ୍ଗ ସକାଳେ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ସୁମନ ଭାସି ଯାଇଥିଲେ। ଅନ୍ୟ ଦୁଇ ସାଙ୍ଗ ବହୁ ଚେଷ୍ଟା କରି ସୁମନକୁ ଉଦ୍ଧାର କରିପାରିନଥିଲେ। ଅଗ୍ନିଶମ ବିଭାଗ ପୁଲିସ ନାଗାବଳୀ କୂଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ। ସୁମନଙ୍କର ଘର ମୁନିଗୁଡାରେ ବୋଲି ଜଣାଯାଇଛି।

By amfnews

Related Post