Tue. Sep 22nd, 2026

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ବ

243 Views

ନୂଆଦିଲ୍ଲୀ: ଗତକାଲି ଶିବସେନା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାପରେ ଆଜି ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ବ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଦିଆଯାଇଥିବା ଜଣାଯାଇଛି। ସଂପ୍ରତି ପ୍ରକାଶ ଜାଭଡେକର ଜଙ୍ଗଲ , ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀଭାବେ କାର୍ଯ୍ୟରତ ଅଛନ୍ତି। ସେ ଏହି ବିଭାଗଗୁଡ଼ିକ ସହ ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାୱନ୍ତ ଗତକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଗତକାଲି ସେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ , ବିଜେପି ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବାରୁ ଏଭଳି ସ୍ଥଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରହିବାକୁ ମୁଁ ନୈତିକତା ଦୃଷ୍ଟିରୁ ଠିକ୍ ମନେ କରୁନାହିଁ। ତେଣୁ ମୁଁ ଇସ୍ତଫା ଦେଉଛି। ସାୱନ୍ତ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଥିବା କହିଛନ୍ତି। ଶିବସେନାର ଏକମାତ୍ର କେନ୍ଦ୍ରମନ୍ତ୍ରୀ ସାୱନ୍ତ ଟ୍ବିଟ୍ କରି କହିଛନ୍ତି, ଶିବସେନା ସତ୍ୟ ଉପରେ ଗୁରୁତ୍ବ ଦିଏ। ତେଣ ମୁଁ ମିଛର ବାତାବରଣ ମଧ୍ୟରେ କେମିତି ରହିଥାନ୍ତି? ସେଥିଲାଗି ମୁଁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।’

By amfnews

Related Post