Thu. Oct 1st, 2026

ଟ୍ରକ୍‌ ପଛରେ ପିଟି ହେଲା ଅଟୋ

321 Views

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ଦୁହୁରିଆ ଛକ ନିକଟରେ ଜାତୀୟ ରାଜପଥ ୫୩ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଏକ ଅଟୋ ପିଟି ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ନାଁ ପ୍ରଫୁଲ୍ଲ ରାଉତ। ତାଙ୍କ ଘର ମହାକାଳପଡ଼ା ଥାନା ଅନ୍ତର୍ଗତ କୁମ୍ଭରପଡ଼ାରେ। ଗୁରୁତର ଦ୍ୱୟଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ପ୍ରଭାତ ସ୍ୱାଇଁ। ତାଙ୍କ ଘର ମଧ୍ୟ ସେହି କୁମ୍ଭରପଡ଼ା ଗାଁରେ।

ଆଜି ସକାଳେ ସେମାନେ ଏକ ଅଟୋରେ ଚଣ୍ଡିଖୋଲରୁ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ଟ୍ରକ୍‌ ପଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିଲା।  ଗୁରୁତରମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post