Thu. Oct 1st, 2026

କେନ୍ଦୁପତ୍ର ବୋଝେଇ ଗାଡ଼ି ସହିତ ୨ଜଣ ଗିରଫ

308 Views

ପାଇକସାହି  :   ଅନୁଗୁଳର ମାଧପୁର ଠାରୁ ପାଇକସାହ ଯିବା ବାଟରେ ବନବିଭାଗ ରବିବାର ଆକସ୍ମିକ ଚଢ଼ାଉ କରି ଏକ କୁଇଣ୍ଟାଲ୍‌ କେନ୍ଦୁପତ୍ର ବୋଝେଇ ଥିବା ଗାଡ଼ିକୁ ଜବତ କରିଥିଲା। ଏଥିସହିତ ଦୁଇଜଣଙ୍କୁ ବି ଘଟଣାସ୍ଥଳରୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆଠମଲ୍ଲିକ ଥାନା ଅଧୀନସ୍ଥ ଦୁର୍ଯ୍ୟୋଧନ ପ୍ରଧାନଙ୍କ ପୁଅ କମଳ ପ୍ରଧାନ ଓ ଅନ୍ୟ ଜଣେ ହେଲେ ଦୁର୍ଯ୍ୟୋଧନ ମହାକୁଡଙ୍କ ପୁଅ ରଞ୍ଜନ ମହାକୁଡ । ଜବତ ହୋଇଥିବା କେନ୍ଦୁପତ୍ର ବୋଝେଇ ଗାଡି ନମ୍ବର ଓଡ଼ି୧୯ଏନ୍‌୦୬୪୧ ରହିଛି।

By amfnews

Related Post