Thu. Jun 11th, 2026

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାଭେଲର; ୩ ମୃତ, ୧୦ ଗୁରୁତର

468 Views

ବାଲେଶ୍ୱର/ସୋର : ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ଟ୍ରକ୍ ପଛରେ ଏକ ଟ୍ରାଭେଲର୍ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପୁରୀ ବାଲିସାହି ଅଞ୍ଚଳର ଗୋଟିଏ ପରିବାର ତାଙ୍କ କିଛି ବନ୍ଧୁବାନ୍ଧବକୁ ନେଇ ଦେବକୁଣ୍ଡ ଯାଉଥିଲେ। ଟ୍ରାଭେଲର୍‌ରେ ମୋଟ ୨୫ ଜଣ ଯାତ୍ରୀ ଥିଲେ। ତେବେ ଶେରଗଡ଼ ପେଟ୍ରୋଲ୍ ପମ୍ପ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ଟ୍ରକ୍‌ଟି ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଟ୍ରାଭେଲର୍‌ଟି ଏହା ପଛରେ ଜୋରରେ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

 

By amfnews

Related Post