Mon. Oct 12th, 2026

ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତିଙ୍କର ପରଲୋକ

271 Views

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ପରଲୋକ ହୋଇଯାଇଛି। ୯୨ ବର୍ଷରେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ପଞ୍ଚମ ବିଧାନସଭାକୁ ସେ ପ୍ରଥମେ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ। ଏହା ପରେ କଂଗ୍ରେସ ଟିକେଟ୍‌ରେ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ ଏକାଦଶ ବିଧାନସଭାକୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ।

By amfnews

Related Post