Wed. Sep 16th, 2026

ଟିକା ଅନୁମୋଦନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ, ଦେଶ କରୋନା ମୁକ୍ତ ହେବାର ପଥ ସୁନିଶ୍ଚିତ

441 Views

ନୂଆଦିଲ୍ଲୀ, ଜାନୁଆରୀ ୦୩ : ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଏ) ବିଶ୍ବ ମହାମାରୀ କରୋନା ବିରୁଦ୍ଧରେ ଅସ୍ତ୍ର ଭାବେ ଦୁଇଟି ଭ୍ୟାକ୍ସିନ ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି । ଭାରତ କରୋନା ଟିକା ବିଷୟରେ ଦୀର୍ଘ ଦିନ ଧରି ଅପେକ୍ଷା କରିସାରିଛି। ମହାମାରୀ ବିରୋଧରେ ଏହି ଲଢେଇରେ ଟିକା ଅନୁମୋଦନ ଏକ ଅସ୍ତ୍ର ଭାବରେ କାର୍ଯ୍ୟ କରିବ। ଡିସିଜିଏ ଦ୍ୱାରା ଏହି ଟିକା ଅନୁମୋଦନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରି ଅଭିନନ୍ଦନ ଜଣାଇଛନ୍ତି  ।

କରୋନା ଟିକା ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ ଟିକାକୁ ଡିଜିସିଏ ଅନୁମୋଦନ କରିବା ପରେ କରୋନା ମୁକ୍ତ ଦେଶ ହେବାର ପଥ ସୁନିଶ୍ଚିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କରୋନା ବିରୋଧରେ ଲଢେଇରେ ଏହା ଏକ ଉତ୍ସାହଜନକ ମୋଡ଼ ହେବ ।

କରୋନା ଟିକା ଉପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମର ବୈଜ୍ଞାନିକ ଆତ୍ମନିର୍ଭରଶୀଳ ଭାରତର ଆତ୍ମା ​​ପ୍ରଦର୍ଶନ କରିଛନ୍ତି । ଏହି ଟୀକାକରଣର ଜରୁରୀକାଳୀନ ବ୍ୟବହାରକୁ ଏକ ସାହସିକ ଲଢେଇରେ ପରିଣତ ପାଇଁ ଆହ୍ବାନ କରିଛନ୍ତି ।

By amfnews

Related Post