Mon. Oct 12th, 2026

ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ବଜ୍ରପାତ ସହ ପ୍ରବଳ ବର୍ଷା

385 Views

ଦିଲ୍ଲୀ,ଜାନୁଆରୀ ୩ : ଚାରିଆଡ଼େ ଶୀତର ମାହୋଲ୍ ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଆଜି ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ଅନୁସାରେ, ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଜାନୁଆରୀ ୩ରେ ବର୍ଷା ହେବାର ପୂର୍ବାନୁମାନ କରିଛି

ଆଇଏମଡି ଅନୁଯାୟୀ ରାଜଗଡ, ଅଲୱାର, ଦୌସା, ସୋନିପତ, ଦାଦ୍ରି, ନୋଏଡା, ଗାଜିଆବାଦ, ଆଲିଗଡ, ବଦାଉନ୍, ମୋଦିନାଗର, ମଥୁରା, ହାଥରସ୍, ଜିନ୍ଦ, ପାନିପତ, କର୍ଣ୍ଣଲ ସମେତ ଅନେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ଅନୁସାରେ, ଖୁର୍ଜା, ଏଟା, କିଶନଗଞ୍ଜ, ଅମରୋହା, ମୁରାଦାବାଦ, ଚନ୍ଦୌସୀ, ଆଗ୍ରା, ମଥୁରା, ନୋଏଡାରେ ହାଲୁକା ଧରଣର ବର୍ଷା ହୋଇପାରେ। ଦିଳ୍ଲୀରେ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

By amfnews

Related Post