Wed. Jul 29th, 2026

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପିଲାଙ୍କୁ ମିଳୁନି ସଂରକ୍ଷଣ ସୁବିଧା

203 Views

କଟକ : କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ମିଳୁନି ସଂରକ୍ଷଣ ସୁବିଧା। ବର୍ଷେ ପୂର୍ବେ ଏଥିନିମନ୍ତେ  ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ମଧ୍ୟ କୌଣସି  ଉତ୍ତର ମିଳି ପାରି ନାହିଁ।

ଆମ ରାଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି  ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସ୍ନାତକ ଶିକ୍ଷାରେ ୨୫ ପ୍ରତିଶତ ଆସନ ସଂରକ୍ଷଣ  ନିମନ୍ତେ ରାଜ୍ୟ ସରକାର  ବର୍ଷେ ପୂର୍ବେ ଦାବି ଜଣାଇଥିଲେ । ସ୍ନାତକ ଶିକ୍ଷା ଲାଗି ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୨୫ ପ୍ରତିଶତ ପିଲାଙ୍କ ଲାଗି ସ୍ଥାନ ସଂରକ୍ଷଣ କରିବାକୁ ଗତବର୍ଷ  ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ  ଚିଠି ଲେଖିଥିଲେ ସରକାର ।

କିନ୍ତୁ ଏହା ଭିତରେ ଗୋଟିଏ ବର୍ଷ ବିତିଯାଇଥିଲେ ବି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବା ଏବଂ ଚିଠିର ଉତ୍ତର ବି ଦେଇନଥିବା ଉଲ୍ଲେଖ କରାଯାଇଛି । ତେଣୁ ଏ ପ୍ରସଙ୍ଗ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦର ଦୃଷ୍ଟିକୁ ଆଣିବାକୁ ସରକାର ଚିଠି ମାଧ୍ୟମରେ ନିବେଦନ କରିଛନ୍ତି।

By amfnews

Related Post