Tue. Aug 18th, 2026

ଝାଡଖଣ୍ଡୀ ହାତୀଙ୍କ ଉତ୍ପାତ: ଘର ଭାଙ୍ଗୁଛନ୍ତି , ଫସଲ ନଷ୍ଟ କରୁଛନ୍ତି

189 Views

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ  ଅନ୍ତର୍ଗତ ରରୁଆଁ ଓ ସୁକୃଳୀ ବ୍ଲକ୍‌ର ପ୍ରାୟ ୮ଟି ଗାଁରେ ୨୩ଟି ଝାଡଖଣ୍ଡୀ ହାତୀ ଉତ୍ପାତ କରୁଛନ୍ତି। ଫଳରେ ସେଠାକାର ଲୋକେ ଗତ ତିନି ଦିନ ହେବ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଜୁଲାଇ ୩୧ ତାରିଖ ରାତିରେ ରରୁଆଁ ବ୍ଲକ୍‌ ଜାମୁତି ଗାଁରେ ପଶି ଝାଡଖଣ୍ଡୀ ହାତୀପଲ ୫ଟି ଘର ଭାଙ୍ଗିଥିଲେ। ସେହିପରି ଅଗଷ୍ଟ ୧ ତାରିଖରେ ଝୁମକାପାଲ ଗାଁରେ ଦୁଇଟି  ଓ ଗତକାଲି ସୁକୃଳୀ ବ୍ଲକ୍‌ ଜେଠମା ଗାଁରେ ୬ଟି ଘର ଭାଙ୍ଗିଛନ୍ତି। ହାତୀ ପଲ ଗାଁରେ ପଶି ଧାନ ଓ ଚାଉଳ ଖାଇବା ସହ କ୍ଷେତରେ ଫସଲ ଉଜାଡ଼ୁଛନ୍ତି।

ହାତୀମାନଙ୍କଠାରୁ ସତର୍କ ରହିବାକୁ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି। ଏଥିସହ ହାତୀ ପଲଙ୍କ ଗତିବିଧି ଲକ୍ଷ୍ୟ କରାଯିବା ସହ  ସତର୍କ ଦୃଷ୍ଟି ରଖାଯାଇଥିବା ବନ ବିଭାଗ କହିଛି। ଏଥିଯୋଗୁ ଯେପରି ଧନଜୀବନ କ୍ଷୟକ୍ଷତି ନ ହୁଏ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଥିବା ବନ ଅଧିକାରୀ କହିଛନ୍ତି।

By amfnews

Related Post