Tue. Sep 29th, 2026

ଜାଣନ୍ତୁ ସଲମାନଙ୍କ ଜନ୍ମଦିନ କେକ୍‌ ସଂପର୍କରେ ଏହି ସବୁ ସ୍ୱତନ୍ତ୍ର କଥା

324 Views

ମୁମ୍ବାଇ, ଡିସେମ୍ବର ୨୮ : ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲମାନ ଖାନ। ସଲମାନଙ୍କ ଜନ୍ମଦିନ ଉତ୍ସବ ପାଳନ କରିବାକୁ ପୂର୍ବ ପ୍ରେମିକା କ୍ୟାଟ୍ରିନା କୈଫ୍‌, ଲୁଲିଆ ଭେଞ୍ଚର, ସୋନାକ୍ଷୀ ସିହ୍ନା, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ସୁସ୍ମିତା ସେନ୍‌ ଆଦି ଉପସ୍ଥିତ ହୋଇଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନଙ୍କ ଫଟୋ ଓ ଭିଡିଓ ଖୁବ୍‌ ଜୋର୍‌ ବୁଲିବାରେ ଲାଗିଛି। ସବୁ ପୋଷ୍ଟ୍‍ ଭିତରୁ ଯାହା ଲୋକମାନଙ୍କ ଧ୍ୟାନକୁ ବିଶେଷ ନିଜ ଆଡ଼କୁ ଟାଣି ପାରିଛି ତାହା ହେଉଛି ସଲମାନଙ୍କ ଜନ୍ମଦିନ କେକ୍‌।

 

ଏହି କେକ୍‌ରେ ଥିବା ସ୍ୱତନ୍ତ୍ରତା ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଭଣଜା ଆହିଲ ଶର୍ମାଙ୍କ ସହ ସଲମାନ କେକ୍‌ କାଟୁଛନ୍ତି। ୪ ଥାକିଆ କେକ୍‌ଟି ପୂରା ପୂରି ଭାବେ ସଲମାନଙ୍କ ସହ ଯଡ଼ିତ। ଗୋଟିଏ ଥାକରେ ସଲମାନଙ୍କ ବିଭିନ୍ନ ଚଳଚ୍ଚିତ୍ରର ପୋଷ୍ଟର ରହିଛି। ଉପରେ ଥିବା ଥାକରେ ଦେଖିବାକୁ ମିଳିଛି ସଲମାନଙ୍କ ଆଇକନିକ୍‌ ବ୍ରେସ୍‌ଲେଟ୍‌। ଅନ୍ୟ ଏକ ଥାକରେ ବଡ଼ ଅକ୍ଷରରେ ସଲମାନଙ୍କ ନାମର ସର୍ଟ ଫର୍ମ ଲେଖାଯାଇଛି।

By amfnews

Related Post