Mon. Aug 3rd, 2026

ଜଳସ୍ତର ନ କମିଲେ ଆନ୍ଦୋଳନ ଚେତାବନୀ

233 Views

ଚିତ୍ରକୋଣ୍ଡା  : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବାଲିମେଳା ଡ୍ୟାମ୍‌ରେ ଜଳସ୍ତର ଅଧିକ ଥିବାରୁ ବହୁ ଚାଷଜମି ଜଳମଗ୍ନ ହୋଇ ରହିଛି। ଏଥିଯୋଗୁ ଫସଲ ବୁଡ଼ିଯିବା ସହ କ୍ଷତିଗ୍ରସ୍ତ ହେଉଛନ୍ତି  ସ୍ୱାଭିମାନ ଅଞ୍ଚଳବାସୀ। କିନ୍ତୁ ସରକାର ଏହାଦ୍ୱାରା ଅଧିକା ବିଦ୍ୟୁତ୍‌ ଉତ୍ପାଦନ କରି କମ୍ପାନୀମାନଙ୍କୁ ଯୋଗାଇ ମାଲାମାଲ ହେଉଛନ୍ତି।  ଅପରପକ୍ଷେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦେଉ ନାହାନ୍ତି ସରକାର। ତୁରନ୍ତ ଏହି ଜଳସ୍ତର ନ କମାଇଲେ ଆନ୍ଦୋଳନ ଚେତାବନୀ ଦେଇଛି ସ୍ୱାଭିମାନ ଅଞ୍ଚଳର  ‘ଆଦିବାସୀ ବିପ୍ଲବୀ ଚାଷୀ ମୂଲ୍ୟ ସଂଗଠନ’ ।

ସଂଗଠନ ପକ୍ଷରୁ ଜାରି  ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, ବାଲିମେଳା ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଧାନ,ମାଣ୍ଡିଆ, ସୁଆଁ,ବିରି,ମୁଗ ଆଦି ଫସଲ ନଷ୍ଟ ହୋଇଗଲାଣି। ସରକାର ଜାଣିଶୁଣି ଏପରି କରୁଥିବା ସଂଗଠନ ଅଭିଯୋଗ କରିଛି।  ଗତ ବର୍ଷ ମଧ୍ୟ ଏପରି ସମସ୍ୟା ଉପୁଜିଥିବା ବେଳେ ଏଯାଏ କ୍ଷତିଗ୍ରସ୍ତ ଆଦିବାସୀଙ୍କୁ କ୍ଷତିପୂରଣ ମିଳି ନାହିଁ।  ତେଣୁ ତୁରନ୍ତ ଏହି ସମସ୍ୟା ସମାଧାନ କରା ନ ଗଲେ ସରକାରଙ୍କ ସମସ୍ତ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

By amfnews

Related Post