Thu. Sep 24th, 2026

ଜଳକା ନଦୀରେ ବନ୍ୟା ଜଳ ବିପଦ ସଂକେତ ଟପିଲା

292 Views

ରାଞ୍ଚି / ଜଳେଶ୍ୱର : ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ମଥାନିରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫ ଥିବାବେଳେ ଜଳସ୍ତର ୬.୦୧ ମିଟର ରହିଛି।
ଝାଡ଼ଖଣ୍ଡର ଗାଲୁଢି ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସନ ହୋଇଛି। ୫ଟି ଗେଟ୍ ଦେଇ ୧ ଲକ୍ଷ ୨୮ ହଜାର କ୍ୟୁସେକ୍ ଘନଫୁଟ ପାଣି ନିଷ୍କାସନ ହୋଇଛି। ଏହି ପାଣି ଆଜି ଅପରାହ୍ନ ୨ଟାରୁ ୩ଟା ଭିତରେ ଜଳେଶ୍ୱର ବ୍ଲକ ରାଜଘାଟରେ ପହଞ୍ଚିବ। ରାଜଘାଟରେ ସତର୍କ ସୂଚନା ୯.୫ ମିଟର ଥିବା ବେଳେ ୧୦.୩୬ ମିଟର ବିପଦ ସଙ୍କେତ ରହିଛି।

By amfnews

Related Post