Thu. Sep 24th, 2026

ଜାତୀୟ ରାଜପଥ ମରାମତି ଦାବିରେ ବିକ୍ଷୋଭ ପ୍ରର୍ଦଶନ

284 Views

ରାଉରକେଲା, ୭ ।୮  : ବାରକୋଟରୁ ଲହୁଣୀପଡା, ଲାଠିକଟା ଏବଂ ରାଉେକେଲା ଦେଇ ବୀରମିତ୍ରପୁରକୁ ଯାଇଥିବା ଜାତୀୟ ରାଜପଥ ନମ୍ବର-୧୪୩ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ଏହି ରାସ୍ତାର ମଝିରେ ମଝିରେ ବଡ ବଡ ଗାତ ମାନ ସୃଷ୍ଟି ହୋଇ ବର୍ଷା ଜଳ ଭର୍ତ୍ତି ହୋଇ ରହୁଛି । ଫଳରେ ସେହି ରାସ୍ତାଦେଇ ଯାତାୟତ କରୁଥିବା ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି । ଗତ ଏକମାସ ମଧ୍ୟରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଏହି ରାସ୍ତାରେ ହିଁ ୨୦/୨୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ତେଣୁ ଏହି ରାସ୍ତାକୁ ଅବିଳମ୍ବେ ମରାମତି କରି ସର୍ବସାଧାରଣଙ୍କ ଯାତାୟତ ଉପଯୋଗୀ କରିବା ଦାବିରେ ଯୁବ ବିଜେଡି ପକ୍ଷରୁ କୋଏଲ ନଗର ଠାରେ ଥିବା ଜାତୀୟ ରାଜପଥ ପ୍ରାଧିକରଣ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରାଯାଇଛି । ରାଉରକେଲା ଯୁବ ବିଜେଡି ସଭାପତି ସୁବାଷ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୁବନେତା ମହମ୍ମଦ ଖଲିଦ ଅଜିଜ, ନିୟାଜୁଲ ନିରୋଦ ପତି, ଯଶବିନ୍ଦର ସିଂ (ଗୋଲଡି) ଗଗନ ପଣ୍ଡା, ପ୍ରଶାନ୍ତ ସେଠି, ଆରତୀ ଚୌଧୁରୀ, ଶିବନାରାୟଣ ଦାସ, ଅନୁପ ସାମଲଙ୍କ ସମେତ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Related Post