Wed. Sep 9th, 2026

ଜନତା ମଇଦାନରେ ୮ଗାଡ଼ି ଚୋରି କରି ଯୁବକ ଗିରଫ

234 Views

ଚନ୍ଦ୍ରଶେଖରପୁର  : ଜନତା ମଇଦାନରେ ଚାଲିଥିବା ତୋଷାଳି ମେଳାର ଗାଡ଼ି ଷ୍ଟାଣ୍ଡରୁ ୮ଟି ମୋପେଡ୍‌ ଚୋରି କରିବା ଅଭିଯୋଗରେ ଚନ୍ଦ୍ରଶେଖପୁର ଥାନା ପୁଲିସ ଜଣକୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି। ଗିରଫ ଯୁବକ ହେଲା କୈଳାସ ଚନ୍ଦ୍ର ମିଶ୍ର(୫୪)। ସେ ଖଣ୍ଡପଡ଼ା ଥାନା ଅଧୀନ ନଟବରପୁର ଗ୍ରାମର ହୋଇଥିବା ବେଳେ ସହିଦନଗର ଥାନା ଅଧୀନ ପଣ୍ଡାପାର୍କ ବସ୍ତିରେ ପରିବାର ‌ସହ ରହୁଥିଲା। ଗତ ଦୁଇ ଦିନ ପୂର୍ବେ ପଟିଆର କୈଳାସ ଦାସ ନାମକ ଜଣେ ଯୁବକଙ୍କ ଗାଡ଼ି ଚୋରି ହେବାରୁ ସେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମେଳା ପରିସରରୁ ପ୍ରତିଦିନ ଗାଡ଼ି ଚୋରି ହେବା ଘଟଣା ଜାଣିପାରି ପାର୍କିଂ ସ୍ଥାନରେ କିଛି ପୁଲିସ ସାଧା ପୋଷାକରେ ଜଗିଥିଲେ। ଗତକାଲି ରାତିରେ ‌କୈଳାସ ମିଶ୍ର ଗୋଟିଏ ଗାଡ଼ି ତାଲା ଖୋଲି ନେଉଥିବା ବେଳେ ପୁଲିସ ତାକୁ କାବୁ କରିଥିଲା। ପୁଲିସ୍ ଆଜି ସବୁ ଗାଡ଼ିକୁ ବସ୍ତିରୁ ଜବତ କରି ତାକୁ କୋର୍ଟ ଚାଲାଣ କରିଛି।

By amfnews

Related Post