Thu. Jun 11th, 2026

ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ଶିକ୍ଷକଙ୍କ ଦ୍ବାରା ଏସିିଡ୍ ଆକ୍ରମଣର ଶିକାର ହେଲେ ନାବାଳିକା

204 Views

ମୁମ୍ବାଇ: ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ପୂର୍ବତନ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ  ଅନ୍ୟ ସହକର୍ମୀ ମିଶି ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ରବିବାର ସକାଳୁ ନାବାଳିକା ଜଣକ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ କଞ୍ଜୁରମାର୍ଗ ଅଞ୍ଚଳର ଏଲ୍‌ବିଏସ୍‌ ରୋଡ୍‌ରେ ଏପରି ଘଟିଛି।

ଜାଣିବାକୁ ମିଳିଛି ଯେ ପୀଡ଼ିତା ନାବାଳିକା ଜଣକ ପୂର୍ବରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଭାନ୍ଦୁପଠାରେ ଥିବା ନସମନ ଉର୍ଦ୍ଦୁ ସ୍କୁଲ୍‌ରେ ପାଠ ପଢୁଥିଲେ। ବର୍ତ୍ତମାନ ସେ ମହିମଠାରେ ଏକ ଇନ୍‌ଷ୍ଟିଚ୍ୟୁଟରେ ଇଲେକଟ୍ରୋନିକସ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରୁଛନ୍ତି।

ପୀଡ଼ିତା ପୁଲିସ୍‌ରେ ଦେଇଥିବା ବୟାନ ମୁତାବକ, ‌ସେ ସ୍କୁଲ୍‌ରେ ପାଠ ପଢୁଥିବା ବେଳେ ସ୍କୁଲ୍‌ ସହକର୍ମୀ ଓ ଶିକ୍ଷକମାନେ ତାଙ୍କୁ ବିନା କାରଣରେ ମାରଧର କରୁଥିଲେ। ଏପରି ବାରମ୍ବାର ଘଟିବା ପରେ ସେ ତାଙ୍କ ବାପାଙ୍କୁ ଏବିଷୟରେ ଜଣାଇଲେ। ତା’ପରେ ତାଙ୍କ ବାପା ସ୍କୁଲ୍‌ ସହକର୍ମୀ ଓ ଶିକ୍ଷକଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ।

ରବିବାର ଦିନ ନାବାଳିକା ଜଣକ ସକାଳ ପ୍ରାୟ ୬ଟା୧୫ ସମୟରେ ବାଜି ପ୍ରଭୁ ପଡ଼ିଆକୁ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ସେଠାରେ ତାଙ୍କର ପୂର୍ବତନ ଅଧ୍ୟକ୍ଷ, ଶିକ୍ଷକ ଓ ସ୍କୁଲ୍‌ ସହକର୍ମୀ ପୂର୍ବରୁ ଉପସ୍ଥିତ ଥିଲେ। ସେମାନେ ସମେସ୍ତ ମିଶି ପୀଡ଼ିତାଙ୍କ ବାଟ ଓଗାଳିବା ସହ ତାଙ୍କ ହାତଗୋଡ଼କୁ ଧରି ଜୋର୍‌ଜବରଦସ୍ତ ତାଙ୍କ ଉପରେ ଏସିଡ ପକାଇ ଦେଇଥିଲେ।

 

By amfnews

Related Post