Fri. Jul 3rd, 2026

ଜଣେ ପୁରୁଷ ପିଛା ୨-୪ ଲକ୍ଷ ଟଙ୍କା ନେଇ #ମିଠୁ ଅଭିଯାନର ଭୁଲ୍‌ ଫାଇଦା ଉଠାଉଛନ୍ତି ମହିଳା; ବିଜେପି ସାଂସଦ ଉଦିତ୍‌ ରାଜ

361 Views

ନୂଆଦିଲ୍ଲୀ: ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିଯୋଗ ଆଣିବା ପରେ ଭାରତରେ #ମିଠୁ ଅଭିଯାନ ବୃଦ୍ଧି ପାଇବାରେ ଲାଗିଛି। ବହୁ ମହିଳା ଏବେ ନିଜ ସହ ଘଟିଥିବା #ମିଠୁ ମୁହୂର୍ତ୍ତକୁ ପ୍ରକାଶ କରିବାରେ ଲାଗିଛନ୍ତି। ଭାରତୀୟ ଜନତା ପାର୍ଟି(ବିଜେପି)ର ଜଣେ ସାଂସଦ ଉଦିତ୍‌ ରାଜ ମଧ୍ୟ ଏ ସଂପର୍କରେ ନିଜର ମୁହଁ ଖୋଲିଛନ୍ତି। ବିଜେପିର ଏହି ସାଂସଦଙ୍କ ଅଭିଯୋଗ ହେଉଛି ମହିଳାମାନେ କେବଳ ଟଙ୍କା ପାଇଁ ମନଗଢ଼ା #ମିଠୁ ମୁହୂର୍ତ୍ତ ସଂପର୍କରେ ମୁହଁ ଖୋଲୁଛନ୍ତି। ସେ ଆହୁରି ବି କହିଛନ୍ତି କି ଜଣେ ମହିଳା ଜଣେ ପୁରୁଷ ବିରୋଧରେ ଅଭିଯୋଗ ଆଣିବା ପାଇଁ ୨ ରୁ ୪ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି। ପରେ ସେ ଅନ୍ୟ ଜଣଙ୍କୁ ଟାର୍ଗେଟ କରୁଛନ୍ତି। ସାଂସଦ ନିଜ ଏପରି ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚା ପାଲଟିଛନ୍ତି।

ସେ କହିଛନ୍ତି କି ମହିଳାମାନେ #ମିଠୁ ଅଭିଯାନର ଭୁଲ୍‌ ଫାଇଦା ଉଠାଉଛନ୍ତି। ସେ ଆହୁରି ବି କହିଛନ୍ତି କି ଦୁଷ୍କର୍ମ ଓ ଅସଦାଚରଣ କରିବା ପୁରୁଷଙ୍କ ପ୍ରକୃତି ହୋଇଥାଏ। ମାତ୍ର ସବୁ ମହିଳା କ’ଣ ଠିକ୍‌? ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଦ୍ୱାରା ବହୁ ନିର୍ଦୋଷ ପୁରୁଷଙ୍କ ଜୀବନ ନଷ୍ଟ ହୋଇ ଯାଉଛି ବୋଲି ସେ ଜଣାଇଛନ୍ତି।

ଅଭିନେତା ନାନା ପାଟେକଙ୍କର ଉପରେ ଆଣିଥିବା ଅଭିଯୋଗକୁ ଭିତ୍ତିକରି ସେ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। କହିଛନ୍ତି କି ତନୁଶ୍ରୀ ହେଉଛନ୍ତି ଏହି ଭୁଲ୍‌ କାମର ଆରମ୍ଭ। ଦଶ ବର୍ଷ ତଳେ ଘଟିଥିବା ଘଟଣାକୁ ଏବେ କହିବାର ଅର୍ଥ କ’ଣ? ଘଟଣାସ୍ଥଳକୁ ଯାଇ ଏବେ ସେ ଘଟଣାର ତଦନ୍ତ କରିବା ସମ୍ଭବ କି?

By amfnews

Related Post