Sat. Apr 25th, 2026

ମାଲକାନଗିରି : ରୋଷେଇ ଘର ଭିତରୁ ବାହାରିଲା ବିଶାଳ ଅଜଗର

337 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ସଦର ମହକୁମାରେ ଜଣଙ୍କ ରୋଷେଇ ଘରୁ ଏକ ବାରଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର ହୋଇଛି। ଏହି ଅଜଗର ଥିବା ସମ୍ପର୍କରେ ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। କିଏ ଏଣେତେଣ ଦୌଡ଼ାଦୌଡ଼ି କରୁଥିବା ବେଳେ ଆଉ କେତେକ ଏହି ଅଜଗରକୁ ଦେଖିବା ପାଇଁ ଭିଡ ଜମାଇ ଥିଲେ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ସହର ଉପକଣ୍ଠସ୍ଥ ହରି ପ୍ରଧାନଙ୍କ ରୋଷେଇ ଘରୁ ଏକ ୧୨ଫୁଟର ବିଶାଳ ଉଦ୍ଧାର କରାଯାଇଛି । ପ୍ରଥମେ ତାଙ୍କ ଘରର ପିଲା ସାପକୁ ରୋଷେଇ ଘରେ ଦେଖିବା ଭୟଭୀତ ହେବା ସହ ଜୋରରେ ପାଟିକରି ପରିବାର ଲୋକଙ୍କୁ ଡାକିଥିଲେ। ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ସହାୟତାରେ ସାପଧରାଳି ଏହି ଅଜଗରକୁ ଉଦ୍ଧାର କରିଥିଲେ । ଖବର ପାଇ ବନ ବିଭାଗର କର୍ମଚାରୀ ମହମ୍ମଦ ଅଲ୍ଲୀ ଖାନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ହୋଇଥିବା ସାପକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ ।

By amfnews

Related Post