Thu. Jun 11th, 2026

ଜଣକୁ ମାରି ୨୫ କୋଟି ଟଙ୍କାର ଅଳଙ୍କାର ନେଇଗଲେ ସଶସ୍ତ୍ର ଡାକୁ

373 Views

ପାଟନା: ମଙ୍ଗଳବାର ଦିନ ଦୁଇ ଜଣଙ୍କୁ ଗୁଳି ଚୋଟରେ ଆହତ କରି ଏବଂ ସେମାନେ ଆସିଥିବା ଏସ୍‌ୟୁଭି ଗାଡ଼ିର ଚାଳକଙ୍କୁ ହତ୍ୟା କରି ବିହାରର ବେଗୁସରାଇ ଠାରେ ସଶସ୍ତ୍ର ଡାକୁମାନେ ୨୫ କୋଟି ଟଙ୍କା ମୁଲ୍ୟର ସୁନାରୁପା ଅଳଙ୍କାର ନେଇ ଖସି ଯାଇଥିବା କଥା ପୁଲିସ କହିଛି।

ଗଡ଼ହରା ଫାଣ୍ଡି ଅନ୍ତର୍ଗତ ଠାକୁରିଛକ ଠାରେ ଘଟଣାଟି ଘଟିଛି। ପୁଲିସ କହିଛି ଯେ ଦୁଇଜଣ ଅଳଙ୍କାର ବିକ୍ରେତା ଗୁଳି ଚୋଟରେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ବିକ୍ରେତା ବର୍ତ୍ତିଯାଇଛନ୍ତି। ନିହତ ଗାଡ଼ି ଚାଳକଙ୍କ ନାମ ଦୀପକ କୁମାର।

ଇଷ୍ଟର୍ଣ୍ଣ ମେଟ୍ରୋପଲିସ୍‌ର ଜଣେ ପାଇକାରୀ ବିକ୍ରେତାଙ୍କ ଠାରୁ ଗହଣା କିଣି ସାରି ବେଗୁସରାଇ ସହରର ତିନି ଜଣ ଗହଣା ବ୍ୟବସାୟୀ କାଠଗୋଦାମ ଏକ୍‌ସ୍‌ପ୍ରେସ୍‌ ଯୋଗେ କୋଲ୍‌କତାର ବରାଉନି ଠାରେ ପହଞ୍ଚିବା ପରେ ଘଟଣାଟି ସକାଳ ୯ଟା ବେଳେ ଘଟିଛି। ସେ ତିନି ଜଣ ହେଉଛନ୍ତି, ପ୍ରିନ୍‌ସ୍‌ ସୋନି, ଅଭୟ କୁମାର ସିଂହ ଏବଂ ସନ୍ତୋଷ କୁମାର। ସେ ତିନି ଜଣ ତିନୋଟି ବ୍ୟାଗ୍‌ରେ ସୁନାରୁପା ଅଳଙ୍କାର ରଖିଥିଲେ।

ସେମାନେ ଅଳଙ୍କାର ଆଣିଥିବା କଥା ପୂର୍ବରୁ ଦୁର୍ବୃତ୍ତମାନଙ୍କୁ ଜଣାଥିବା ବୋଲି ପୁଲିସ କହିଛି। ଏଥିପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

By amfnews

Related Post