Mon. Oct 12th, 2026

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

436 Views

ମାଲକାନଗିରି : ହଷ୍ଟେଲ ପରିସରରେ ଥିବା ଏକ ଗଛରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଦେଖିବାକୁ ମିଳିଛି ମାଲକାନଗିରି କେନ୍ଦ୍ରାଗୁମ୍ଫା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ।

ମୃତ ଛାତ୍ରଙ୍କ ନାଁ ଭୀମରାଜ ପଡ଼ିଆମୀ। ତାଙ୍କ ଘର ତେନ୍ତୁଳିଗୁଡ଼ାରେ ବୋଲି ଜଣାପଡ଼ିଛି। ଗତକାଲି ଭୀମରାଜଙ୍କୁ ତାଙ୍କ ବାପା ଆଣି ହଷ୍ଟେଲରେ ଛାଡ଼ିଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ ପରିସରରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ସ୍କୁଲ କର୍ତ୍ତପକ୍ଷ ଶିବଦତ୍ତ ସରକାର କହିଛନ୍ତି,“ପିଲାଟିର ପାଠ ପଢ଼ିବାକୁ ଇଚ୍ଛା ନଥିଲା। ବାରମ୍ବାର ସେ ହଷ୍ଟେଲରୁ ଘରକୁ ପଳାଇ ଯାଉଥିଲା। ତାର ବାପା ତାକୁ ଆଣି ହଷ୍ଟେଲରେ ଛାଡ଼ୁଥିଲେ। ଗତକାଲି ମଧ୍ୟ ତାର ବାପା  ତାକୁ ଆଣି ହଷ୍ଟେଲରେ ଛାଡ଼ିଥିଲେ।” ତେବେ ଏନେଇ ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post