Wed. Sep 23rd, 2026

ଚିଦାମ୍ୱରମଙ୍କୁ ଭେଟିଲେ ରାହୁଲ ଓ ପ୍ରିୟଙ୍କା

203 Views

ନୂଆଦିଲ୍ଲୀ:  ଆଜି ତିହାର ଜେଲର ଜେଲ ନମ୍ୱର ୭କୁ ଯାଇ ଚିଦାମ୍ୱରମଙ୍କୁ ଭେଟିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଦଳର ମହାସଚିବ ପ୍ରୟିଙ୍କା ଗାନ୍ଧି ଭଦ୍ରା। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଶଶୀ ଥରୁର ଆଦି ନେତା ତିହାର ଜେଲ ଆସି ଚିଦାମ୍ୱରମଙ୍କୁ ଭେଟିଥିଲେ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ଚିଦାମ୍ୱରମ ଜେଲରେ ଅଛନ୍ତି। ତିନି ମାସ ଜେଲରେ ରହିବା ଭିତରେ ଚିଦାମ୍ୱରମ ୧୦ କିଲୋ ଓଜନ କମାଇଥିବାବେଳେ ଅନେକ ରୋଗରେ ଆକ୍ରାନ୍ତ ଥିବା କଂଗ୍ରେସ କହିଛି।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ସିବିଆଇ ରାତି ଅଧିଆ ଚିଦାମ୍ୱରମଙ୍କୁ ତାଙ୍କ ଘରୁ ନାଟକୀୟ ଢ଼ଙ୍ଗରେ ଗିରଫ କରିଥିଲା। ଏହାପରେ ସେପ୍ଟେମ୍ୱର ୫ରୁ ସେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ଜେଲରେ ଥିବା ବେଳେ ସିବିଆଇ ମାମଲାରେ ଜାମିନ୍ ପାଇଛନ୍ତି, ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି।

ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ଚିଦାମ୍ୱରମ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଦେବାରେ ଅନିୟମିତତା କରିଥିବା ଅଭିଯୋଗ ରହିଛି। ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେଇ ସେ ବ୍ୟକ୍ତିଗତ ଭାବରେ ଆର୍ଥିକ ଲାଭ ପାଇଥିଲେ ବୋଲି ସିବିଆଇ ଏବଂ ଇଡି କହିଛନ୍ତି।

By amfnews

Related Post