Fri. Jul 3rd, 2026

ଚାରି ଛାତ୍ରଙ୍କୁ ଅପହରଣ କରି ଅପ୍ରାକୃତିକ ଯୌନ କ୍ରିୟା କରିବାକୁ ବାଧ୍ୟ କରାଗଲା , ଭିଡିଓ ଭାଇରାଲ

406 Views

ପାଟନା ,୨୯/୧୦  : ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ବିହାରର ବେଗୁସରାୟର ଚାରିଜଣ ଛାତ୍ରଙ୍କୁ ନିର୍ମମଭାବେ ମାଡ ମରାଯିବାପେର ପରସ୍ପର ସହିତ ଅପ୍ରାକୃତିକ ଯୌନ କ୍ରିୟା କରିବା ଲାଗି ବାଧ୍ୟ କରାଯାଉଥିବାର ଦୃଶ୍ୟ ରହିଛି। ପୁଲିସ ଏହି ମାମଲାରେ ସାତଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
ପୁଲିସର ସୂଚନା ଅନୁଯାୟୀ ମୋଲୁର ପାନୀୟ ଜଳ ପ୍ଲାଣ୍ଟରୁ ପାଣି ନ କିଣିବା ଯୋଗୁଁ କାଲିସ୍ଥାନ ଚୌକ ନିକଟରେ ଥିବା କୁଶବାହା ଛାତ୍ରାବାସର ଚାରି ଜଣ ଛାତ୍ରଙ୍କୁ ଅଭିଯୁକ୍ତମାନେ ଅପହରଣ କରି ନେଇଥିଲେ।ଏହି ଛାତ୍ର ମାନଙ୍କୁ ବେଗୁସରାୟ ମଣ୍ଡଳ ଜେଲ ପଛପଟକୁ ନେଇ ସେଠାରେ ଉଲଗ୍ନ କରି ନିର୍ଦ୍ଦୟଭାବେ ପିଟିଥିଲେ। ତା’ପରେ ଅଭିଯୁକ୍ତମାନେ ଛାତ୍ରମାନଙ୍କୁ ପରସ୍ପର ସହିତ ଅପ୍ରାକୃତିକ ଯୌନ କ୍ରିୟା କରିବାକୁ ବାଧ୍ୟ କରିଥିଲେ। ଅଭିଯୁକ୍ତମାନେ ସେହି ସମୟରର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ।

ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଗୋଲୁ କୁମାର,ରାଜା କୁମାର,ରୋହିତ କୁମାର,ଅଜୟ କୁମାର,ବିନୋଦ,ଗଣେଶ କୁମାର ଓ ରାହୁଲ। ଏମାନଙ୍କ ଜାମିନ୍‌ ନାମଞ୍ଜୁର ହେବାପରେ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ପୀଡ଼ିତ ଛାତ୍ରମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ଜଣାଯାଇଛି।

By amfnews

Related Post