Mon. Sep 7th, 2026

ଦୁର୍ଘଟନାଗ୍ରସ୍ତ ଲାୟନ୍‌ ଏୟାର୍‌ ପ୍ଲେନ୍‌ରେ କ୍ୟାପ୍‌ଟେନ୍‌ ଥିଲେ ଦିଲ୍ଲୀର ଯୁବକ

304 Views

ନୂଆଦିଲ୍ଲୀ,୨୯/୧୦ : କ୍ୟାପ୍‌ଟେନ୍‌ ଭାବୟେ ସୁନେଜା ନାମକ ଦିଲ୍ଲୀର ଜଣେ ଯୁବକ ଥିଲେ ସୋମବାର ଦିନ ୧୮୯ ଯାତ୍ରୀଥିବା ଦୁର୍ଘଟନାଗ୍ରସ୍ତ ଇଣ୍ଡୋନେସୀୟ ବିମାନର କପ୍ତାନ୍‌। ଲାୟନ୍‌ ଏୟାର୍ସର ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‍ ବିମାନଟି ଖସିପଡ଼ିଥିବା ସମୁଦ୍ର ଜଳରେ ଏବେ ତଲାସ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ସଦ୍ୟତମ ରିପୋର୍ଟ ଅନୁସାରେ ଏଥିରେ ସମୁଦାୟ ୧୮୯ ଜଣ ଲୋକ ଥିଲେ।

ସୁନେଜାଙ୍କୁ ଚିହ୍ନିଥିବା ଲୋକେ ଏବଂ ଅନ୍ୟମାନେ ଏବେ ଦୁର୍ଘଟନାଗ୍ରସ୍ତ ବିମାନରେ ଥିବା ସମସ୍ତଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରୁଛନ୍ତି।
ଦିଲ୍ଲୀର ମୟୂର ବିହାରବାସୀ ସୁନେଜା ସ୍ଥାନୀୟ ଆହଲକୋନ୍‌ ପବ୍ଲିକ୍‌ ସ୍କୁଲ୍‌ରୁ ୨୦୦୫ରେ ପାସ୍‌ କରିବା ପରେ ମାର୍ଚ ୨୦୧୧ରେ ଇଣ୍ଡୋନେସୀୟ ଲୋ’ କଷ୍ଟ୍‍ କ୍ୟାରିୟର୍‌ (ଏଲ୍‌ସିସି) ଲାୟନ୍‌ ଏୟାର୍‌ରେ ଯୋଗ ଦେଇଥିଲେ। ସେଠାରେ ସେ ବୋଇଙ୍ଗ୍‌ ୭୩୭ ଚଳାଉଥିଲେ। ୩୧ ବର୍ଷିୟ ସୁନେଜା ଭାରତ ଫେରିଆସିବାକୁ ବିଚାର କରୁଥିଲେ ବୋଲି ବୋଇଙ୍ଗ୍‌ ୭୩୭ ଚଳାଉଥିବା ଏକ ଅଗ୍ରଣୀ ଭାରତୀୟ ବିମାନ ପରିବହନର ଭିପି କହିଛନ୍ତି।

ସେ କହନ୍ତି: ଆମେ ଏଇ ଜୁଲାଇ ମାସରେ କଥାବାର୍ତ୍ତା ହୋଇଥିଲୁ। ତାଙ୍କ କଥାବର୍ତ୍ତା ଭାରି ମଧୁର। ବୋଇଙ୍ଗ୍‌ ୭୩୭ର ଜଣେ ଅଭିଜ୍ଞ ଚାଳକ ହୋଇ ଥିବାରୁ ଏବଂ ତାଙ୍କର କୌଣସି ଦୁର୍ଘଟନାଜନିତ ରେକର୍ଡ ନ ଥିବାରୁ ଆମେ ତାଙ୍କୁ ରଖିବାକୁ ବିଶେଷ ଆଗ୍ରହୀ ଥିଲୁ। ସେ ଦିଲ୍ଲୀବାସୀ ହୋଇଥିବାରୁ ତାଙ୍କର ଗୋଟିଏ ଅନୁରୋଧ ଥିଲା କି, ତାଙ୍କୁ ଦିଲ୍ଲୀରେ ନିଯୁକ୍ତି ମିଳୁ।

By amfnews

Related Post